www.samajalive.in
Thursday, December 11, 2025
18.1 C
Bhubaneswar

ନୁଆଁରମ୍ପେଲା ହାଇସ୍କୁଲରେ ବନ ମହୋତ୍ସବ

ରେଙ୍ଗାଲି: ରେଙ୍ଗାଲି ସ୍ଵାଧୀନ ଏକତା ସଂଗଠନ ପକ୍ଷରୁ ନୁଆଁ ରମ୍ପେଲା ହାଇସ୍କୁଲରେ ବନ ମହୋତ୍ସବ ପାଳନ ଉପଲକ୍ଷେ ପରିବେଶ ଶୃଙ୍ଖଳତାରେ ବୃକ୍ଷର ଭୂମିକା ଶୀର୍ଷକ ଉପରେ ଏକ ବକ୍ତୃତା ପ୍ରତିଯୋଗିତା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ କୃପାସିନ୍ଧୁ ପଧାନ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ଵାଧୀନ ଏକତା ସଂଗଠନର ସଭାପତି ରାଜୀବ କୁମାର ମିଶ୍ର ବୃକ୍ଷରୋପଣର ଉପକାରିତା ଏବଂ ଆମ ଦୈନଦିନ ଜୀବନରେ ବୃକ୍ଷର ଭୂମିକା ଓ “ଇକୋ-ବ୍ରିକ” ବିଷୟରେ ଛାତ୍ରଛାତ୍ରୀଙ୍କୁ ଜଣାଇଥିଲେ। ଶ୍ରୀ ରଞ୍ଜନ ସାହୁ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ସହ ତା’ର ରକ୍ଷଣାବେକ୍ଷଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ଫାଦକ ଦିବ୍ୟ କିଶୋର ସରାଫ୍ ସଭା ପରିଚାଳନା କରିଥିଲେ।

ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତlରେ ଦେବାଂଶ ପ୍ରଧାନ (ଦଶମ ଶ୍ରେଣୀ ଛାତ୍ର) ପ୍ରଥମ, ସୂରଜ କୁମାର ମେହେର (ଅଷ୍ଟମ ଶ୍ରେଣୀ ଛାତ୍ର) ଦ୍ଵିତୀୟ ଓ ସିଦ୍ଧି ପଟ୍ଟନାୟକ (ଅଷ୍ଟମ ଶ୍ରେଣୀର ଛାତ୍ରୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories