ମୋହନା: ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଦିନିକିଆ ମୋହନା ଓ ରା.ଉଦୟଗିରିର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ପ୍ରଥମେ ରା.ଉଦୟଗିରି ତହସିଲ କାର୍ଯ୍ୟାଳୟର ବିଭିନ୍ନ ନଥିପତ୍ର ଯାଞ୍ଚ କରିବାପରେ ମୋହନା ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଅଞ୍ଚଳର ମୁଖ୍ୟ ସମସ୍ୟା ଉପରେ ଆଲୋଚନା କରିଥିଲେ ଓ କାଗଜପତ୍ର ତନଖିଥିଲେ। ଏହାପରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ନଥିପତ୍ର ଯାଞ୍ଚ କରିଥିଲେ। ବନ୍ଦ ହୋଇଯାଇଥିବା କେତେକ ବିଦ୍ୟାଳୟ ଉପରେ ସମୀକ୍ଷା କରିଥିଲେ। ଦୀର୍ଘ ୧୦ବର୍ଷ ଧରି ବିଇଓ କାର୍ଯ୍ୟାଳୟର ନଥିପତ୍ର ଯାଞ୍ଚ କରିନାହାନ୍ତି କି ସମୀକ୍ଷା ମଧ୍ୟ କରାଯାଇ ନ ଥିବା ଜଣାପଡିଛି। କିଛି ସମ୍ବାଦିକ ବନ୍ଧୁ ଏଡିଏମଙ୍କୁ ସାକ୍ଷାତ କରି ମୋହନା ସହରରେ ଲୋକେ ଦୂଷିତ ପାଣି ବ୍ୟବହାର କରୁଥିବା ଓ ଅଞ୍ଚଳରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ୟାର ଅତିଶୀଘ୍ର ସମାଧାନ କରାଯିବ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ।
Popular Categories



