www.samajalive.in
Monday, December 15, 2025
16.1 C
Bhubaneswar

ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ, କରତବଗା ଥାନାରେ ଅଭିଯୋଗ

ରେଙ୍ଗାଲି: ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଲଇଡା ଅଞ୍ଚଳର ବିଭିନ୍ନ ଗ୍ରାମର ଶିକ୍ଷିତ ବେକାର ଯୁବକମାନଙ୍କୁ ଚାକରି କରାଇଦେବା ପ୍ରତିଶ୍ରୁତି ଏବଂ ପ୍ରଲୋଭନ ଦେଖାଇ ଲଇଡା ଗ୍ରାମର ଦଶରଥ ପଟୁଆ(୪୩) ଏବଂ ହୀରାକୁଦ ବୃନ୍ଦାବତୀପଡାର ରାଧେଶ୍ୟାମ ମେହେର (୫୦)ନାମକ ଦୁଇ ଜଣ ଠକ ୪ଜଣ ବ୍ୟକ୍ତିଙ୍କଠାରୁ ୪ଲକ୍ଷ ୪୨ ହଜାର ଟଙ୍କା ଠକି ନେଇ ଗତ ୭ମାସ ହେଲା କୁଆଡେ ଫେରାର୍ ହୋଇଯାଇଛନ୍ତି ବୋଲି ଠକେଇର ଶିକାର ହୋଇଥିବା ମଣିକିଶୋର ପଟେଲ କତରବଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

 

- Advertisement -

ଅଭିଯୋଗରୁ ପ୍ରକାଶ ଯେ ଗତ ୨୦୨୧ ନଭେମ୍ବର ମାସରେ ଦଶରଥ ପଟୁଆ ଏବଂ ରାଧେଶ୍ୟାମ ମେହେର ଲଇଡା ଗ୍ରାମର ମଣିକିଶୋର ପଟେଲଙ୍କ ଠାରୁ ଏକ ଲକ୍ଷ ଟଙ୍କା। ରବିରତ୍ନ ବେହେରାଙ୍କ ଠାରୁ ୫୨ହଜାର ଟଙ୍କା, ବୈଜାପାଲି ଗ୍ରାମର ରମେଶଚନ୍ଦ୍ର ମେହେରଙ୍କ ଠାରୁ ୨ଲକ୍ଷ୪୫ ହଜାର ଟଙ୍କା ଏବଂ ନୁଆଁପାଲି ଗ୍ରାମର ଅଶୋକ କୁମାର ନାଏକଙ୍କ ଠାରୁ ୪୫ ହଜାର ଟଙ୍କା ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଠକି ନେଇଛନ୍ତି। ଏହାପରେ ଉଭୟ ନିଜ ଘର ଛାଡି କେଉଁଆଡ଼େ କୁଆଡେ ଫେରାର୍ ହୋଇଯାଇଛନ୍ତି। ଉଭୟ ଠକଙ୍କୁ ଟେଳିଫୋନ୍ ମାଧ୍ୟମରେ ଯୋଗା୍ଯୋଗ କରାଗଲେ ସେମାନେ ଭୂବନେଶ୍ୱର, ରାଉରକେଲା, ଦିଲ୍ଲୀ ଆଦି ସ୍ଥାନରେ ରହିଛୁ ବୋଲି ବୋଲି କହୁଥିଲେ। ଚାକିରି ଠିକ୍ କରିବା ପାଇଁ ଏସବୁ ସ୍ଥାନକୁ ଆସିଛୁ ଏବଂ ପଞ୍ଚାୟତ ନିର୍ବାଚନ ପରେ ଚାକିରି ମିଳିଯିବ ବୋଲି ମିଥ୍ୟା ଅଶ୍ୱାସନା ଦେଇ ଦେଇଥିଲେ। ଦୀର୍ଘ ମାସ ଧରି ଚାକିରି ନଦେଇ ଏମିତି ଭୁଆଁ ବୁଲାଇ ଚାଲିଥିବାରୁ ଟଙ୍କା ଫେରସ୍ତ ଦେବାକୁ ମଣିକିଶୋର ପଟେଲ କହିବାରୁ ଶ୍ରୀ ପଟେଲଙ୍କୁ ଠକମାନେ ୧ଲକ୍ଷ ଟଙ୍କାର ଏକ ଚେକ୍ ଓ ଏଗ୍ରିମେଣ୍ଟ କାଗଜ ପଠାଇଥିଲେ। ଉକ୍ତ ଚେକ୍ ମଣିକିଶୋର ପଟେଲ ବ୍ୟାଙ୍କ​‌େ​‌ର ଦାଖଲ କରିବା ପରେ ସେହି ଚେକ୍ ବାଉନ୍ସ ହୋଇଥିଲା ବୋଲି ଶ୍ରୀ ପଟେଲ ତାଙ୍କ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି। ଚାକରି ପାଇବା ଅଶା କ୍ଷୀଣ ହେବା ପରେ ଟଙ୍କା ଫେରାଇ ଦେବାକୁ ରାଧେଶ୍ୟାମ ଏବଂ ଦଶରଥ ଙ୍କୁ ଅନେକଥର କୁହାଯାଇଥିଲେ ,ମଧ୍ୟ ସେମାନେ ଟଙ୍କା ଫେରସ୍ତ ନକରି ତମେ ଯାହା କରିବା କଥା କର ବୋଲି ପାଳଟା ଧମକ ଦେଇ ଟଙ୍କା ଫେରସ୍ତ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏସଂକ୍ରାନ୍ତରେ କତରବଗା ଥାନାରେ କେସ୍ ନଂ ୭୧ ଦଫା ୪୨୦/୩୪ ଆଇପିସିରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଜାରି ରହିଛି ବୋଲି ଆଇଆଇଆସି ପ୍ରତାପ କୁମାର ରଣା କହୀଛନ୍ତି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories