ରେଙ୍ଗାଲି: ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାର ସଂସ୍କାର ଏବଂ ଭିତ୍ତିଭୂମିର ଉନ୍ନତି ନାଁ ରେ ଉପଭୋକ୍ତାମାନଙ୍କଠାରୁ କଡାଗଣ୍ଡା ଅକାରରେ ଶୁଳ୍କ ଅଦାୟ କରୁଥିବା ଟାଟା କମ୍ପାନୀ ଭିତ୍ତିଭୁମି ବିକାଶ ତଥା ବିଦ୍ୟୁତ୍ ଯୋଗାଣ ରେ ଆଖୀ ଦୃଶିଆ ଉନ୍ନତି କରିବା ଦିଗରେ ଆଦୌ ଗୁରୁତ୍ୱ ଦେଉନାହିଁ। ବିପର୍ଯସ୍ତ ଓ ଅପନ୍ତରା ଅବସ୍ଥା ରେ ପଡି ରହି ମରଣଯନ୍ତା ପାଳଟି ଥିବା ରେଙ୍ଗାଲି ବ୍ଳକ୍ ଘିଚାମୁରା ଗ୍ରାମ ପଞ୍ଚାୟତର ବେଉଁରା ଗ୍ରାମ ରେ ସ୍ଥାପିତ ବିଦ୍ୟୁତ୍ ସବ୍ ଷ୍ଟେସନ୍ ଏହାର ଜ୍ୱଳନ୍ତ ଉଦାହରଣ ଅଟେ। ଉଲ୍ଲେଖ ଯୋଗ୍ୟ ଯେ ଘିଚାମୁରା ଗ୍ରାମ ପଞ୍ଚାୟତ ସମ୍ବଲପୁର ଜିଲ୍ଲା ଅଧିନ ରେ ଥିବା ବେଳେ ଏହି ପଞ୍ଚାୟତ କୁ ଝାରସୁଗୁଡା ଜିଲ୍ଲାର କୋଲବିରା ଗ୍ରୀଡ୍ ରୁ ବିଦ୍ୟୁତ୍ ଯୋଗାଣ ହେଉଛି। ବେଉଁରା ଗ୍ରାମର ସବ୍ ଷ୍ଟେସନର ଚାରିପଟେ ଆବଶ୍ୟକ ବାଡ ନଥିବାରୁ ଆଜି ବିଦ୍ୟୁତ୍ କରେଣ୍ଟ୍ ସଂସ୍ପର୍ଶରେ ଆସି ସନ୍ତୋଷ ମିର୍ଦ୍ଧା ନାମକ ଜନୈକ ଚାଷୀ ଙ୍କଏକ ବଳଦ ଶୋଚନୀୟ ମୃତ୍ୟୁ ବରଣ କରିଥିବାର ଦେଖିବାକୁ ମିଳିଛି। ବଳଦର ମୃତ୍ୟୁ ପାଇଁ ବିଦ୍ୟୁତ୍ ବିଭାଗ ଦାୟୀ ହୋଇଥିବାରୁ ଏହାର ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବୀ ହେଉଛି।
ଏହାର ଦୁଇ ଦିନ ପୂର୍ବରୁ ମଧ୍ୟ ଆଉ ଏକ ବଳଦ ବିଦ୍ୟୁତ୍ ଝଟ୍କା ରେ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଥିବା ବେଳେ ଏକ ବୁଲା କୁକୁର ବିଦତ୍ତ୍ ସଂସ୍ପର୍ଶ ରେ ଆସି ଶୋଚନୀୟ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ ଙ୍କ ଠାରୁ ପ୍ରକାଶ। ଟ୍ରାନ୍ସଫର୍ମର ଚାରିପଟେ ସୁରକ୍ଷା ବାଡ ନଥିବାରୁ ସଂପ୍ରତି ବର୍ଷା ଋତୁ ରେ ଆର୍ଥିଂ ସୃଷ୍ଟି ହୋଇ ଟ୍ରାନ୍ସଫର୍ମର ଆଖପାଖରେ ବିଚରଣ କରୁଥିବା ଗାଈ,ଗୋରୁ,ଛେଳି.ମେଣ୍ଡା,କୁକୁର ଆଦି ପ୍ରାଣୀ ସମ୍ପଦ ପାଇଁ ସବ୍ ଷ୍ଟେସନ୍ ମରଣଯନ୍ତା ସାଜିଛି। ଗ୍ରାମବାସୀ ବିପଦପୂର୍ଣ ଅବସ୍ଥା ରେ ଥିବା ବିଦ୍ୟୁତ୍ ସବ୍ ଷ୍ଟେସନ୍ ଯୋଗୁଁ କେତେବେଳେ ଅଘଟଣ ଘଟି ଧନଜୀବନ ହାନି ହେବା ଆଶଙ୍କାରେ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ବିଦ୍ୟୁତ୍ ବିଭଗ ନିଦାବିଷ୍ନୁ ସାଜିଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଭଭିଷ୍ୟତରେ ଏଭଲି ଘଟଣା ର ଯେପରି ପୁନଃରାବୃତ୍ତି ନଘଟେ ସେ ଦିଗରେ ଯୁଦ୍ଧକାଳିନ ଭିତ୍ତି ରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉ ଏବଂ ବଳଦ ର ମୃତ୍ୟୁ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ସନ୍ତୋଷ ମିର୍ଦ୍ଧା ଙ୍କୁ ଶୀଘ୍ର କ୍ଷତି ପୂରଣ ଦିଆଯାଉ ବୋଲି ଦାବୀ ହେଉଛି। କୋଲାବିରା ଗ୍ରୀଡର କନିଷ୍ଠ ଯନ୍ତ୍ରୀ ଏବଂ ବିଭାଗୀୟ କର୍ମଚାରୀ ଙ୍କୁ ସବ୍ ଷ୍ଟେସନ୍ ର ଅବ୍ୟବସ୍ଥା ସଂକ୍ରାନ୍ତରେ ଗ୍ରାମବାସୀ ଅନେକଥର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନଥିବାରୁ ଏଭଲି ଦୁର୍ଘଟଣା ଘଟୁଛି ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ବେଉଁରା ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଅଧିନରେ ଥିବା ବେଳେ ଏହିଗ୍ରାମ କୁ ଝାରସୁଗୁଡା ଜିଲ୍ଲା କୋଲାବିରା ଗ୍ରୀଡ୍ ରୁ ବିଦ୍ୟୁତ୍ ସରୋବରାହ ହେଉଛି।



