www.samajalive.in
Sunday, December 14, 2025
26.1 C
Bhubaneswar

ସରକାରୀ ଯୋଜନା ଓ ଟ୍ରାନସ୍ଜେଣ୍ଡର ସଶକ୍ତି କାର୍ଯ୍ୟକ୍ରମ ସୀକୃତି ଉପରେ ସଚେତନତା କର୍ମଶାଳା

ଫୁଲବାଣୀ/ଫିରିଙ୍ଗିଆ:କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ପ୍ରଶାସନ ଓ ସ୍ୱାତୀ ର ମିଳିତ ଆନୁକୁଲ୍ୟରେ ପଞ୍ଚାୟତ ସମିତି ବୈଠକ ଗୃହରେ ସରକାରଙ୍କ ବିଭିନ୍ନ ଗରିବ ଦୁରୀକରଣ ଯୋଜନା ଓ ଟ୍ରାନସ୍ଜେଣ୍ଡର ସଶକ୍ତି କରଣ କାର୍ଯ୍ୟକ୍ରମ “ସ୍ୱୀକୃତୀ” ଉପରେ ଏକ ବ୍ଳକ ସ୍ତରୀୟ ସଚେତନତା କର୍ମଶାଳା ଗୋଷ୍ଠିଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମହନ୍ତଙ୍କ ଅଧ୍ୟକତା ରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଫୁଲବାଣୀ ଉପଜିଲାପାଳ ଶେଶଦେବ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ କିନ୍ନର ମାନଙ୍କୁ ମୁଖ୍ୟଶ୍ରୋତରେ ସାମିଲ କରିବାକୁ ହେଲେ ସବୁ ସ୍ଥରରେ ବାଛ ବିଚାରକୁ ପଛରେ ପକାଇ ସରକାରଙ୍କ ସମସ୍ତ ସୁବିଧା ହାସଲ କରି ଜୀବନ ଜିବିକା ସୃଦୃଢ କରିବାକୁ ହେବ ବୋଲି କହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠୀ ଉପସ୍ଥିତ ରହି ବିଭିନ୍ନ ଯୋଜନା ତଥା ସାମାଜିକ ସୁରକ୍ଷା ରେ ହିତାଧିକାରି କିଭଳି ପେନସନ, ପ୍ରୋତ୍ସାହନ ଓ ସୀକୃତି ଯୋଜନା ସହ ଜୋଡି ହେବେ ତାହା ଆଲୋକପାତ କରିଥିଲେ। ଗୋଷ୍ଠିଉନ୍ନୟନ ଅଧିକାରୀ, ପଂନଚାୟତ ସମିତି ମାଧ୍ୟମରେ କାର୍ଯ୍ୟକାରି ହେଉଥିବା ଯୋଜନା ଯଥା ମହାତ୍ମା ଗାନ୍ଧି ଗ୍ରାମିଣ ନିଶ୍ଚିନ୍ତ କର୍ମ ନିଜୁକ୍ତି, ଜଳ ଯୋଗାଣ, ଓଡିଶା ଜୀବିକା ମିଶନ ଭଳି ସବୁ କ୍ଷେତ୍ରରେ କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପଞ୍ଚାୟତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ବ୍ଲକ ର ଜଳ ଯୋଗାଣ ଅଧିକାରୀ, ଶମ୍ବାରିଆ ବେହେରା କିନ୍ନର ମାନଙ୍କୁ ରୋଜଗାରକ୍ଷମ କରିବା ନିମନ୍ତେ ପଞ୍ଚାୟତ ସ୍ଥରରେ ଟେକନିସିୟାନ ଭାବେ ନିଯୁକ୍ତି ଦେବାପାଇଁ ବ୍ୟବସ୍ଥା ଅଛିବୋଲି ଘୋଶଣା କରିଥିଲେ। ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଅଧିକାରି ହରିପ୍ରିୟା ମେହେର ଶିଶୁବିକାଶ ନିମନ୍ତେ କାର୍ଯ୍ୟକାରି ହେଉଥିବା ଯୋଜନା ବିଷୟରେ ପଂଚାୟତ ପ୍ରତିନିଧୀ ଙ୍କୁ ଅବଗତ କରାଇଥିଲେ। ମେଡିକାଲ ଅଫିସର ସୌମିତ୍ରି ପ୍ରସାଦ ନାୟକ ଯୌନ ସ୍ୱାସ୍ଥ୍ୟ ଓ ସଂକ୍ରମଣ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ ଓ ଶନତ କୁମାର ମହାପାତ୍ର ମେଲେରିୟା ନିରାକରଣ ରେ ଦମନ କାର୍ଯ୍ୟକ୍ରମର ଭୁମିକା ଦର୍ଶାଇଥିଲେ। ଜିଲା ପରିଷଦ ସଭ୍ୟ ନିଳଗିରି ଦିଗାଲ ଓ ପଞ୍ଚାୟତ ସମିତି ଉପାଧକ୍ଷ ଅଜିତ କୁମାର ସାହୁ ପଞ୍ଚାୟତ ସ୍ଥରରୁ କିନ୍ନର ମାନଙ୍କୁ ଚିହ୍ନଟ କରିବା ପାଇଁ ପ୍ରାଧାନ୍ୟ ଦେଇଥିଲେ।

 

- Advertisement -

ଲୁଇସିଂ ସରପଞ୍ଚ ଶୁଦର୍ଶନ କହଁର , ତଳଦଣ୍ଡିକିୟା ସରପଂଚ ଶଙ୍କର ପ୍ରଧାନ ଓ ସଲାଗୁଡା ସରପଂଚ ରୋହିତ କହଁର ପ୍ରମୁଖ ଗୁରୁତର ସହ ନଜରରେ ରଖି ଚିହ୍ନଟ ହୋଇଥିବା କିନ୍ନର ମାନଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ। ବିଷ୍ଣୁପ୍ରିୟା, ଝୁମୁକା, ରିଙ୍କି କିନ୍ନର ସେମାନଙ୍କର ଅନୁଭୁତି ବଖାଣିବା ସହ ଫିରିଙ୍ଗିଆ ର ୪ ଜଣ କିନ୍ନର ମୁନି, ବୈଶାଖି, ରିଙ୍କି, ମନିଶା କିନ୍ନର ଙ୍କୁ “ସ୍ୱୀକୃତୀ” ଯୋଜନା ତରଫରୁ ଉପଜିଲ୍ଲାପାଳ ଙ୍କ ଦ୍ୱାରା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ କନ୍ଧମାଳ ଜିଲ୍ଲାର କିନ୍ନର ମାନଙ୍କ ଅଧିକାର ପାଇଁ ସଦାଚେଷ୍ଟିତ ସାମ୍ବାଦିକ ଅଶୋକ ମହାନ୍ତିଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଟ୍ରାନସ୍ଜେଣ୍ଡର ମାନଙ୍କୁ କିପରି ମୂଖ୍ୟଶ୍ରୋତ ରେ ସାମିଲ କରିବା ସହିତ, କିପରି ଅନ୍ୟଯୋଜନା ରେ ସୁଫଳ ପାଇବେ ସ୍ୱାତୀ ର ସଂପାଦକ ଗୁରୁତ୍ୱ ଆରୋପ କରିବା ସହିତ ନିଜକୁ ସମାଜ ଆଗରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଆହ୍ୱାନ କରିଥିଲେ। ପ୍ରଦୀପ କୁମାର ସ୍ୱାଇଁ ଟ୍ରାନସଜେଣ୍ଡର ମାନଙ୍କ ଜୀବନ ଶୈଳୀ, ବିବିଧତା ଉପରେ ଏକ ତଥ୍ୟମୁଳକ ଉପସ୍ଥାପନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଶ୍ୱରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିବା ବେଳେ, ସ୍ୱାତୀ ର କର୍ମୀ ଶିତା ରଣା, ଗଗନ ସେଠିି କିନ୍ନର ବିଷ୍ଣୁପ୍ରିୟା ପ୍ରଧାନ ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories