www.samajalive.in
Sunday, December 14, 2025
19.1 C
Bhubaneswar

ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁ ମୃତ

କୋରାପୁଟ: କୋରାପୁଟ ସଦର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି।ପାଣି ଭର୍ତ୍ତି ଗାତରେ ପଡ଼ି ୪ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁଙ୍କ ମଧ୍ୟରେ ୩ଜଣ କନ୍ୟା ସନ୍ତାନ ଥିବାବେଳେ ଜଣେ ପୁତ୍ର ସନ୍ତାନ ଥିବା ଜଣାଯାଇଛି। ସମସ୍ତଙ୍କ ବୟସ ୫ରୁ ୭ବର୍ଷ ମଧ୍ୟରେ ହେବ। ଗ୍ରାମବାସୀ ଚାରିଜଣ ଶିଶୁଙ୍କ ଶବ ଉଦ୍ଧାର କରିଥିବାବେଳେ କାନ୍ଦ ବୋବାଳିରେ ଗାଁ ଫାଟିପଡ଼ୁଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି। କୋରାପୁଟ ସଦର ଥାନା ଦଶମନ୍ତପୁର ବ୍ଲକର ପାଇକଫୁଲବେଡ଼ା ପଞ୍ଚାୟତରେ ଏହି ଅଘଟଣ ଘଟିଛି ା ରାସ୍ତା ପାଇଁ ମାଟି ଖୋଳିଥିବା ଗାତରେ ପଡ଼ି ଚାରିଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ଠିକାଦାରଙ୍କ ଦାୟିତ୍ବହୀନତାରୁ ଏଭଳି ଘଟିଥିବା ଅଭିଯୋଗ ହେଉଛି।

ଓଡପୁର-ମାଝିଗୁଡା ଗ୍ରାମ ମଧ୍ୟରେ ଭାରତମାଳା ପ୍ରକଳ୍ପରେ ରାସ୍ତା ନିର୍ମାଣ ପାଇଁ ଠିକାଦାର ଜଣକ ମାଟି ଖୋଳି ଗାତ କରିଥିଲେ। ଗଭୀର ଗାତରେ ବର୍ଷା ପାଣି ଜମି ରହିଥିଲା। ବର୍ଷା ପାଣି ନିସ୍କାସନ ହେବାକୁ ରାସ୍ତା ନ ଥିଲା। ଫଳରେ ଗାତରେ ପ୍ରାୟ ୫ଫୁଟ ପାଣି ଜମି ରହିଥିଲା। ସେହି ରାସ୍ତାରେ ପିଲାମାନେ ଖେଳୁଥିଲେ। ଖେଳିବା ସମୟରେ ଅସାବଧାନତା ବଶତଃ ପାଣି ଭର୍ତ୍ତି ଗାତରେ ଖସିଯାଇଥିବା ସନ୍ଦେହ କରାଯାଉଛି। ଗାଁ ଲୋକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହାପରେ ଗାତରେ ଖସି ପଡ଼ିଥିବା ଶିଶୁମାନଙ୍କୁ ଗାଁ ଲୋକ ଗାତ ଭିତରୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଚାଲିଯାଇଥିଲା। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମାଝୀଗୁଡା ଗ୍ରାମର ୪ଜଣ ମୃତକ ହେଲେ ପୂର୍ଣ୍ଣି ହନ୍ତାଳ(୬), ବିମଳା ଶୁକ୍ରୀ (୬ବର୍ଷ ), ରଇଲା ଶୁକ୍ରୀ (୪ ବର୍ଷ ), ମଧୁସୂଦନ ହନ୍ତାଳ (୬ ବର୍ଷ )ବୋଲି ଜଣାପଡିଛି। ଘଟଣାସ୍ଥଳରେ କୋରାପୁଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ମୃତଦେହ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories