www.samajalive.in
Monday, December 15, 2025
16.1 C
Bhubaneswar

କେବେ ଚାଲିବ ସମ୍ବଲପୁରରୁ ରେଙ୍ଗାଲି ଦେଇ ଲଇଡାକୁ ସିଟି ବସ୍‌ ?

ରେଙ୍ଗାଲି: ସମ୍ବଲପୁରରୁ ରେଙ୍ଗାଲି ,କତରବଗା, ଝାଙ୍କରପାଲି, କିନାଲୋଇ, ରେଙ୍ଗଲୋଇ ଆଦି ଗ୍ରାମ ପଞ୍ଚୟତର ବିଭିନ୍ନ ଗ୍ରାମ ଦେଇ ସିଟି ବସ୍‌ ଚଳାଚଳ ପାଇଁ ବର୍ଷାଧିକ କାଳ ହେଲା ଜନସାଧାରଣରେ ଦାବି ହୋଇଆସୁଛି । ସିଟି ବସ୍‌ ଚଳାଚଳ ପାଇଁ ବିଗତ ବର୍ଷରେ ଅଞ୍ଚଳର ବନିର୍ବାଚିତ ଜନପ୍ରତିବିନିଧି, ବିଭିନ୍ନ ସଙ୍ଗଠନର ପ୍ରତନିଧି ଜିଲ୍ଲପାଳଙ୍କୁ ସାକ୍ଷାତ ଆଲୋଚନା  କରି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଯେତେ ଥର ଜିଲ୍ଲାପଳଙ୍କ ସହିତ ସାକ୍ଷାତ ହୋଇଛି ପ୍ରତିଥର ଖୁବଶୀଘ୍ର ସିଟି ବସ୍‌ ଚଳାଚଳର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲପାଳ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପରିତାପର ବିଷୟ ପ୍ରତିଶ୍ରୁତି ଦେଇଥିବା ୩/୪ଜଣ ଜିଲ୍ଲପାଳ ବଦଳି ହୋଇଯିବା ସତ୍ତେ୍ୱ ସିଟି ବସ୍‌ ଚଲାଚଳ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ।

ଫଳରେ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ରାସ୍ତାରେ ସିଟି ବସ୍‌ ଚଳାଚଳ କେବେ ହେବ ବୋଲି ଜନସାଧାରଣରେ ପ୍ରଶ୍ନ ହେଉଛି । ସୂଚିତ ଯେ କତରବଗା, ଝାଙ୍କରପାଲି, କିନାଲୋଇ, ରେଙ୍ଗଲୋଇ, ଲଇଡା ଆଦି ଗ୍ରାମ ପଞ୍ଚାୟତର ବ୍ଳକ୍, ତହସିଲ, ଶିକ୍ଷା, କୃଷି, ସମବାୟ, ଜଙ୍ଗଳ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ ବିଭାଗର କାର୍ଯ୍ୟାଳୟ ଏବଂ ବିଭିନ୍ନ କଳକାରଖାନା ରେଙ୍ଗାଲି ଆଖପାଖରେ ରହିଥିବାରୁ ଅଞ୍ଚଳବାସୀଙ୍କ ପାଇଁ ରେଙ୍ଗାଲିର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ରେଙ୍ଗାଲିକୁ ଦୈନନ୍ଦିନ ବହୁ ଲୋକ ଯାତାୟାତ କରୁଛନ୍ତି । ଜନସାଧାରଣଙ୍କ ଗମନାଗମନ ପାଇଁ ଆବଶ୍ୟକ ସଂଖ୍ୟକ ଯାତ୍ରୀ ପରିବହନ ବ୍ୟବସ୍ଥା ନଥିବାରୁ ଲୋକେ ଘୋର ଅସୁବିଧା ମଧ୍ୟରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଅଞ୍ଚଳବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମ୍ବଲପୁରରୁ ରେଙ୍ଗାଲି ଦେଇ ଲଇଡାକୁ ସିଟି ବସ୍‌ ଚଳାଚଳ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟାକରୀ କରିବାକୁ ଦାବୀ ହେଉଛି ।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories