ରେଙ୍ଗାଲି: ଆଜି ପ୍ରତ୍ୟୁଷରେ ଶ୍ରଦ୍ଧାଳୁ ଏବଂ କାର୍ତ୍ତିକ ବ୍ରତଧାରୀମାନେ ଜଳାଶୟମାନଙ୍କରେ ବୁଡ ପକାଇ ପାରମ୍ପରିକ ରୀତିନୀତିରେ ବୋଇତ ବନ୍ଦାଣ କରିଥିଲେ। ଏହି ଅବସରରେ ଜଳାଶୟମାନଙ୍କରେ ପ୍ରତ୍ୟୁଷରେ ଭିଡ ଲାଗିରହିଥିଲା। ରାତିରେ ରେଙ୍ଗାଲି ବ୍ଳକରେ ବିଭିନ୍ନ ଗ୍ରାମମାନଙ୍କରେ ଥିବା ମନ୍ଦିର, ଭାଗବତ ଟୁଙ୍ଗୀମାନଙ୍କରେ ରାତି ସାରା ଉଜାଗର ରହି ଭକ୍ତମାନେ ଭଜନ, କିିର୍ତ୍ତନ ଭାଗବତ ମେଳା, ପୁରାଣ ପାଠ କରିଥିବା ଦେଖିବାକୁ ମିଳିଥିଲା। କାର୍ତ୍ତିକ ପୂର୍ଣିମା ଉପଲକ୍ଷେ ବିଭିନ୍ନ ଗ୍ରାମରେ ଫୁଟବଲ ଏବଂ କ୍ରିକେଟ୍ ଟୁର୍ଣାମେଣ୍ଟ ମଧ୍ୟ ଆୟୋଜିତ ହୋଇଥିଲା।
Popular Categories



