www.samajalive.in
Sunday, December 14, 2025
14.1 C
Bhubaneswar

ଜମିବାଡି ବିବାଦକୁ କେନ୍ଦ୍ର କରି ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍‍ ଶାସନ ଥାନା ଅନ୍ତର୍ଗତ ଟାମ୍ପରକେଲା ଗ୍ରାମରେ ଏକ ଜମିବାଡିର ମାଲିକାନା ସତ୍ଵକୁ କେନ୍ଦ୍ର କରି ଶୁକ୍ରବାର ଦିନ ନହୁଷ ଭୋଇ ଓରଫ୍‍ ନେପାଳ (୩୫) ନାମକ ଜନୈକ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି। ଗ୍ରାମର ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁଯାୟୀ ନହୁଷ ଉରଫ ନେପାଳ ଗ୍ରାମ୍ୟ ମନ୍ଦିର ପାଖରେ ସାଙ୍ଗସାଥୀମାନଙ୍କ ସହିତ ବସି କଥାବାର୍ତ୍ତାହେଉଥିବା ବେଳେ ଟାମ୍ପରକେଲା ଗ୍ରାମ ଉଦ୍ଧବ ରୋହିଦାସ (୪୫) ନାମକ ଜନୈକ ବ୍ୟକ୍ତି କାହାକୁ କିଛି ନକହି ଏକ ଟାଙ୍ଗିଆ ଧରି ହଠାତ୍‍ ସେହି ସ୍ଥାନକୁ ପହଞ୍ଚି ନହୁଷ (ନେପାଳ)କୁ ଟାଙ୍ଗିଆରେ ହାଣିବା ମାରିବା ସକାଶେ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟରେ ନହୁଷ (ନେପାଳ)ର ହାତ ଏବଂ ଗୋଡରେ ଗଭୀର ଅଘାତ ଲାଗି ଗୁରୁତର ଆହତ ହୋଇଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରଯାଇଥିଲା। ସଂପ୍ରତି ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଜମିବାଡିକୁ ନେଇ ଏହି କାଣ୍ଡ ଘଟିଥିବାର କୁହାଯାଉଛି। ଏ ସଂକ୍ରାନ୍ତରେ ଶାସନ ଥାନାରେ ୨୩୨ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଶାସନ ଥାନା ଆଇଆଇସି ଲୋକନାଥ ସାହୁ କହିଛନ୍ତି। ଆକ୍ରମଣକାରୀ ଶୀଘ୍ର ଗିରଫ କରାଯିବାକୁ ଆହତ ପରିବାର ପକ୍ଷରୁ ଦାବୀ ହେଉଛି। ଏହି ଘଟଣା ଟାମ୍ପରକେଲା ଗ୍ରାମରେ ଭୟର ବାତାବରଣ ସୃଷ୍ଟି କରିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories