www.samajalive.in
Wednesday, November 19, 2025
29.1 C
Bhubaneswar

ଜଳାଶୟ ପାଲଟିଛି ଅରମା ଜଙ୍ଗଲ; ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି

ରେଙ୍ଗାଲି: ସରକାର ପାରମ୍ପାରିକ ଜଳ ଉତ୍ସର ପୁନରୁଦ୍ଧାର ସହିତ ଜଳ ସମ୍ପଦର ବିକାଶ ଏବଂ ଜମିକୁ ଜଳ ଯୋଗାଣ ପାଇଁ ଯୋଜନା କାର୍ଯ୍ୟକାରି କରୁଛନ୍ତି। ପାରମ୍ପାରିକ ଜଳ ଉତ୍ସ ଗୁଡିକର ପୁନଃରୁଦ୍ଧାର ପାଇଁ ଅଗ୍ରାଧିକାର ଦିଆଯାଉଛି ବୋଲି କହୁଛନ୍ତି। କାଗଜ କଳମରେ ସବୁ ଚକାଚକ୍ ବୋଲି ବିଜ୍ଞାପନରେ ଉଲ୍ଲେଖ କରାଯାଉଛି। ତେବେ ବିଜ୍ଞାପନର ଚିତ୍ର ଏବଂ ବାସ୍ତବିକତା ମଧ୍ୟରେ ଆକାଶ ପାତାଳ ଫରକ୍ ଦେଖିବାକୁ ମିଳୁଛି।

ରେଙ୍ଗାଲି ବ୍ଳକ ତବଡାବାହାଲ ପଞ୍ଚାୟତର ଆଦିାବାସୀ ଅଧ୍ୟୁଷିତ ଗାଁ ଭୁଏମୁଣ୍ଡା ଗ୍ରାମରେ ପ୍ରାୟ ୫ଏକର ପରିମିତ ଏକ କଟା(ବଡ଼ ଜଳାଶୟ) ରହିଛି। ପ୍ରାୟ ୩୦ ବର୍ଷ ହେଲା ମୃତ୍ତିକା ଖନନ, ପଙ୍କୋଦ୍ଧାର କିମ୍ବା ପୁନରୁଦ୍ଧାର କରାଯାଇ ନଥିବାରୁ ଏହି କଟା(ବଡ଼ ଜଳାଶୟ) ପୋତି ହେବାକୁ ବସିଲାଣି।  ଏବେ ଏହି କଟା(ବଡ଼ ଜଳାଶୟ)ରେ ଅନାବନା ଘାସବୁଦା ଏବଂ ଗଛଲତା ଉଠି ଅରମା ଜଙ୍ଗଲରେ ପରିଣତ ହୋଇଛି। ଏହି କଟା(ବଡ଼ ଜଳାଶୟ)ରେ ଏକଦା ପଞ୍ଚାୟତ ତରଫରୁ ମାଛ ଚାଷ କରାଯାଇ ରାଜସ୍ୱ ଆଦାୟ ହେଉଥିଲା। ଲୋକେ ମରୁଡି ସମୟରେ ପାଣି ଉଠାଇ ଫସଲକୁ ମରୁଡି ଦାଉରୁ ରକ୍ଷା କରିବା ସହିତ ରବି ଚାଷ ବି କରୁଥିଲେ। ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ।

- Advertisement -

ଏହି ଅଞ୍ଚଳ ଜନ ପ୍ରତିନିଧିଙ୍କ ସମେତ ଜିଲାଓ ବ୍ଳକ୍ ପ୍ରଶାସନ ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ଭୁଏମୁଣ୍ଡା ଜନ ସଧାରଣଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କଟାର ପୁନରୁଦ୍ଧାର କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ...

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ...

ବଢୁଛି ଭାଇରାଲ ସଂକ୍ରମଣ: କଣ କରିବେ

ସମାଜ ଡିଜିଟାଲ ଡେସ୍କ: ଆମ ଚାରିପାଖରେ ଅନେକ ଲୋକଙ୍କୁ ଦେଖିଛେ ଯେଉଁମାନେ...

ବିହାର : କାହାକୁ ମିଳିବ ମନ୍ତ୍ରୀପଦ ?

ସମାଜ ଲାଇଭ ଡ଼େସ୍କ : ବିହାରରେ ଏନଡିଏ ସରକାର ଆସନ୍ତାକାଲି ଶପଥ...

Related Articles

Popular Categories