www.samajalive.in
Monday, December 15, 2025
16.1 C
Bhubaneswar

ଛଦ୍ମବେଶୀ ପୁଲିସ ଧରିଲେ ଛଅ ଜଣ ଘୁଡୁଘୁଡୁ ପଟି ଖେଳାଳିଙ୍କୁ – ନଗଦ୪୧ ହଜାର ୬ ଶହ ଟଙ୍କା ସହ ବାଇକ୍ ଜବତ

ରେଙ୍ଗାଲିକ୍ୟାମ୍ପ – ଅନେକ ଦିନ ହେଲା ଅପହଞ୍ଚ ଗ୍ରାମ, ମଫସଲି ଅଞ୍ଚଳରେ ପୋଲିସର ଦୃଷ୍ଟିଅଢ଼ୁଆଳରେ ଘୁଡ଼ୁଘୁଡୁ ପଟି ଖେଳ ଚାଲି ଆସୁଥିଲା । କୌଣସି ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ଅତାବିରା ପୋଲିସ ସ୍ବତନ୍ତ୍ର ଦଳ ଗଠନ କରି ଏମାନଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ।

ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ର ଜୁଜୁଗାଁ ଠାରେ ଏହି ଖେଳ ଚାଲୁଥିବା ବେଳେ ଛଦ୍ମ ବେଶରେ ପୋଲିସ ପହଞ୍ଚି ପ୍ରଥମେ ଖେଳିବା ବାହାନାରେ ତାଙ୍କର ସବୁ କିଛି ନିରୀକ୍ଷଣ କରିବା ପରେ ଦଳକୁ ସୂଚନା ଦେଇଥିଲେ । ପୋଲିସ ଦଳ ପହଞ୍ଚିବା ପରେ ସମସ୍ତେ ଦୌଡ଼ି ପଳେଇବାର ଉଦ୍ୟମ କରିଥିଲେ । କିନ୍ତୁ ସମସ୍ତେ ପୋଲିସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ।

- Advertisement -

ଏହି ଘୁଡୂଘୁଡୁ ପଟି ଖେଳ ଖେଳାଉ ଥିବା ଅଭିଯୁକ୍ତ ମାନେ ହେଲେ ଅତାବିରା ଥାନା କାଠଡେରା ର ଶଙ୍କର ଚୌଧୁରୀ (୪୬), ଚୂଳଧର ର ସୁରେଶ ବାଗ(୪୦),ଖରମୁଣ୍ଡା ର ବଳରାମ ବାରିକ୍ (୪୨), ବେଲବାହାଳି ର ଲରେନ୍ସ ଆଇନ୍ଦ (୩୫),ବରଗଡ଼ ଟାଉନ ଥାନାର ବନ୍ଦା ଗ୍ରାମର ଡାକ୍ତର ଭେଶ୍ରା(୩୫) ଓ ବୁର୍ଲ୍ଲl ଥାନା କଳାମାଟି ଗ୍ରାମର ଅରୁଣ କୁମାର ଦେବତା (୪୧)। ଏମାନଙ୍କୁ ଗିରଫ କରିବା ସହ ଏମାନେ ବ୍ୟବହାର କରୁଥିବା ଓଡି ୧୭ ଏସ ୬୮୩୮ ନଂ ର ଏକ ହିରୋ ଗ୍ଲାମର ବାଇକ୍ ,ଦୁଇଟି ମୋବାଇଲ ଫୋନ, ନଗଦ ୪୧୬୦୦ ଟଙ୍କା ,ଏକ ଘୁଡୁଘୁଦୁ ପଟି , ଛଅଟି ଡାଇସ ଓ ଗୋଟିଏ ବାଉଁଶ ତିଆରି ଟୋକେଇ ଜବତ କରିଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories