ରେଙ୍ଗାଲି:ଡ.ବି.ଆର ଆମ୍ବେଦକର ଇଣ୍ଟନ୍ୟାସନାଲ୍ ସେଣ୍ଟର ପକ୍ଷରୁ ସମ୍ବଲପୁର ଜିଲା ରେଙ୍ଗାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ରେଙ୍ଗାଲି ବ୍ଳକ୍ ସରପଞ୍ଚ ସଂଘର ସଭାପତି ଚିତ୍ତରଞ୍ଜନ ବାଗ ଙ୍କୁ ମର୍ଯ୍ୟାଦା ଜନକ ରାଷ୍ଟ୍ରୀୟ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି।
ନୂଆଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଳବରେ ଗତ ୧୪ ତାରିଖ ରବିବାର ଦିନ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଚିତ୍ତରଞ୍ଜନ ବାଗଙ୍କୁ ରାଷ୍ଟ୍ରୀୟ ଗୌରବ ସମ୍ମାନ ଟ୍ରଫି ପ୍ରଦାନ କରଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ପ୍ରତିମୋହନ ସାମନ୍ତରାୟ, ଜେଏନୟୁର ସହକାରୀ ପ୍ରଫେସର ପ୍ରଦୀପ କୁମାର ଚୌଧୁରୀ ଏବଂ ଆମ୍ବେଦକର ଇଣ୍ଟରନ୍ୟାସନାଲ୍ ସେଣ୍ଟର ନୂଆଦିଲ୍ଲୀର ସଭାପତି ଗୋପବନ୍ଧୁ ମଲ୍ଲିକ ଅତିଥି ରୂପେ ଯୋଗ ଦେଇ ଉଦବୋଧନ ଦେବା ସହିତ ଶ୍ରୀ ବାଗଙ୍କୁ ସମ୍ମାନିତ କରିଥିଲେ।



