ଯିହୋବା ସାଲମ୍ ବାପତିଷ୍ଟ ସଂଗଠନ ପକ୍ଷରୁ ସାମୂହିକ ବିବାହ କର୍ଯ୍ୟକ୍ରମ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କିଲାସମା ପଞ୍ଚୟତ ସ୍ଥିତ ଝରଘାଟି ବାପତିଷ୍ଟ ମଣ୍ଡଳୀ ଚର୍ଚ୍ଚଠାରେ ଆଜି ଏକ ସାମୂହିକ ବିବାହ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯିହୋବା ସାଲମ୍ ବାପତିଷ୍ଟ ସଂଗଠନ ଦ୍ଵାରା ଆୟୋଜିତ ଏହି ସାମୂହିକ ବିବାହ ଉତ୍ସବରେ ଚାରି ଜଣ ନବ ଦମ୍ପତି ନାମ ପଞ୍ଜିକରଣ କରି ବିବାହ କରିଥିଲେ । ମୁନ୍ନା ମହାପାତ୍ରଙ୍କ ସହ ନିର୍ଜନୀ ବାବା, ଅଜୟ ମହମଦଙ୍କ ସହ ଶୁକ୍ରା ମୁଣ୍ଡା, ମାସିଦା ଟପୁନଙ୍କ ସହ ସୁରଭି ଖଡିୟା, ସୁମନ ମୁଣ୍ଡାଙ୍କ ସହ ଦେବଜନୀ କିସାନ ବିବାହ କରିଥିଲେ। ଚାରି ମାସ ଧରି ଗଢି ଉଠିଥିବା ଏହି ସଂଗଠନର ଏହା ହେଉଛି ପ୍ରଥମ କର୍ଯ୍ୟକ୍ରମ। ପାଦ୍ରୀ ନିମ୍ବେଲ କୁମାର ବିବାହ ପଞ୍ଜିକରଣ କରିଥିଲେ । ଉକ୍ତ କର୍ଯ୍ୟକ୍ରମରେ ସଂଗଠନର ସଭାପତି ମାର୍ଶାଲିନ କୁଜୁର, ସମ୍ପାଦକ ବସନ୍ତ କୁମାର ବୁଡ଼ଙ୍କ ସହ ପବିତ୍ର ବୁଡ଼, ଉଇଲିଅମ୍ କୁଜୁର, ଇଡି ହଉ, ସୁନୀଲ ବାର୍ଳା, ମୁଟୁ ବାବା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Comments are closed.