www.samajalive.in
Monday, December 15, 2025
27.1 C
Bhubaneswar

ରେମୁଣା ତହସିଲଦାର ଗିରଫ, ଆୟ ଠାରୁ ୨୦୨୪% ଅଧିକ ସମ୍ପତି ଠାବ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ନାଁରେ କୋଟିକୋଟି ଟଙ୍କାର ପ୍ଲଟ୍ ଓ ଫ୍ଲାଟ୍ ଥିବା ଜଣାଯାଇଛି। ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ବିପୁଳ ସମ୍ପତି ଠାବ ହୋଇଛି। ୨ଟି ପ୍ଲଟ, ୯୩୭ ଗ୍ରାମର ସୁନା, ୧.୧୨କୋଟିର ଡିପୋଜିଟ ଠାବ କରାଯାଇଛି।  ଗିରଫ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଆୟ ଠାରୁ ୨୦୨୪% ଅଧିକ ସମ୍ପତି ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗିରଫ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଭୁବନେଶ୍ୱରରେ ୨.୫କୋଟିର ୨ଟି ଫ୍ଲାଟ ଏବଂ ବାଲେଶ୍ୱରରେ ଗୋଟିଏ ଫ୍ଲାଟ ରହିଛି। ବିଦ୍ୟାଧର ଓ ପତ୍ନୀଙ୍କ ନାମରେ ଦେଢ଼ କୋଟିର ପୋଷ୍ଟାଲ ଓ ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି। ୨୦୨୨ରୁ ୨୦୨୪ ମଧ୍ୟରେ ୨ ବର୍ଷରେ ଦେଢ଼ କୋଟିର ଜମା ଠାବ ହୋଇଛି। ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ ତାଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍ ରହିଥିବା ସୂଚନା ମିଳିଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories