www.samajalive.in
Monday, December 8, 2025
14.1 C
Bhubaneswar

ଏଣିକି ଓଲା ସ୍କୁଟରରେ ମିଳିବ ଅଲଗା ହୋଇପାରୁଥିବା ବ୍ୟାଟେରୀ, କେଉଁଠି ବି କରିପାରିବେ ଚାର୍ଜ

ନୂଆଦିଲ୍ଲୀ : ଦେଶର ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା କମ୍ପାନୀମାନଙ୍କ ତାଲିକାରେ ବହୁ ଆଗରେ ଅଛି ଓଲା ଇଲକ୍ଟ୍ରିକ୍ । କମ୍ପାନୀ ପାଖରେ ପ୍ରାୟ ୪୦ ପ୍ରତିଶତ ବଜାର ଭାଗିଦାରୀ ରହିଛି । ପ୍ରତି ମାସରେ ୩୦ରୁ ୩୫ ହଜାର ୟୁନିଟ୍ ଗାଡି ବିକ୍ରି ହେଉଛି । କମ୍ପାନୀ ଅନେକ ଫିଚର୍ସ ବିଶିଷ୍ଟ ଗାଡି ବଜାରକୁ ଆଣୁଛି ଏବଂ ବ୍ୟାଟେରୀ ଉପରେ ୮ ବର୍ଷର ଓ୍ବାରେଣ୍ଟି ମଧ୍ୟ ଦେଉଛି । ଏବେ କମ୍ପାନୀ ରିମୁଭେବଲ ବ୍ୟାଟେରୀକୁ ପେଟେଣ୍ଟ କରାଇଛି । ଅର୍ଥାତ୍ ଆଗାମୀ ଦିନରେ କମ୍ପାନୀ ନିଜ ଗାଡିରେ ରିମୁଭେବଲ ବ୍ୟାଟେରୀ ବିଶିଷ୍ଟ ମଡେଲର ବଜାର ପ୍ରବେଶ କରିପାରେ ।

କମ୍ପାନୀ ରିମୁଭେବଲ ବା ଗାଡିରୁ ଅଲଗା ହୋଇପାରୁଥିବା ବ୍ୟାଟେରୀ ସାହାଯ୍ୟରେ ଗାଡି ଚାର୍ଜକୁ ଅଧିକ ସରଳ କରାଇବାକୁ ଚାହୁଁଛି । ଏଣିକି ଲୋକଙ୍କୁ ନିଜ ଇଲେକ୍ଟ୍ରିକ୍ ସ୍କୁଟର ଚାର୍ଜ କରାଇବା ପାଇଁ ଚାର୍ଜିଂ ଷ୍ଟେସନ ବା ପ୍ଲଗ୍ ପଏଣ୍ଟ ଖୋଜିବାକୁ ପଡିବନି । କିମ୍ବା ଗାଡି ସହିତ ଲମ୍ବା ଚାର୍ଜର ଧରି ବୁଲିବାକୁ ପଡିବନି । ଅର୍ଥାତ୍ ଆଗାମୀ ଦିନରେ ଚାର୍ଜିଂ ସମ୍ପର୍କିତ ଅନେକ ସମସ୍ୟାଦୂର ହେବ ।

୨୩ ଲକ୍ଷ ଟଙ୍କାରେ ବିକ୍ରି ହେଲା ଏହି ପର, ଜାଣନ୍ତୁ କାରଣ

- Advertisement -

ଓଲା ବିଶ୍ବର ସବୁଠାରୁ ବଡ ସେଲ୍ ଉତ୍ପାଦନ ଫ୍ୟାକ୍ଟ୍ରି ମଧ୍ୟ ଲଗାଉଛି । ଆଶା କରାଯାଉଛି କି କମ୍ପାନୀ ନୂଆ ବ୍ୟାଟେରୀର ଉତ୍ପାଦନ ନିଜ ପ୍ଲାଣ୍ଟରେ ହିଁ କରିପାରେ । ଏହି ବ୍ୟାଟେରୀର ଉତ୍ପାଦନ ଆଗାମୀ ମଡେଲ ପାଇଁ କରାଯାଇପାରେ । ଏବେ ବଜାରରେ ଓଲା ସ୍କୁଟରକୁ ଟକ୍କର ଦେଉଥିବା ମଡେଲରେ ଭିଡା ଭିଓ୍ବାନ୍ ଏକ ମାତ୍ର ମଡେଲ ଯାହା ରିମୁଭେବଲ ବ୍ୟାଟେରୀ ସହିତ ଆସୁଛି  । ଅନ୍ୟ କମ୍ପାନୀ ଯଥା ଏଥର, ଟିଭିଏସ୍, ବଜାଜ ଆଦିରେ ଫିକ୍ସ ବ୍ୟାଟେରୀ ମିଳୁଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories