ମାହେଶ୍ଵରୀ ନର୍ସିଂ ମହାବିଦ୍ୟାଳୟରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ଆଜି ବରଗଡ ମାହେଶ୍ଵରୀ ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି।  ମହାବିଦ୍ୟାଳୟର ନିର୍ଦ୍ଦେଶକ ଫକିର କର୍ଣ୍ଣଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁନୀତା  ରାଣୀ ବାଗ,ଡଃ ଅରୁପାନନ୍ଦ ସାହୁଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଓ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ଏହି ଅବସରରେ  “ମୋ ସ୍ବାସ୍ଥ୍ୟ ମୋ ଅଧିକାର” ଉପରେ  ଜନ ସାଧାରଣ ଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ  ଏକ ସ୍ବାସ୍ଥ୍ୟ ସଚେତନତା ଶୋଭାଯାତ୍ରା କରାଯାଇଥିଲା ।ଏହି ଶୋଭାଯାତ୍ରା ଟି  ନିଶାମଣି ପଡିଆ ରୁ ବାହାରି ସହର ପରିକ୍ରମା କରିଥିଲା ।ଏହା ବ୍ୟତୀତ  ସ୍ବାସ୍ଥ୍ୟ ହେଉଛି ମଣିଷ ର ମୌଳିକ ଅଧିକାର।  ଉପଯୁକ୍ତ ଜୀବନ  ଚର୍ଯ୍ୟା, ସୁଷମ ଖାଦ୍ୟ  ଓ ନିୟମିତ ଶାରୀରିକ ବ୍ୟାୟାମ ଦ୍ବାରା ମଣିଷ  ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ ହୋଇ ପାରିବ ବୋଲି  ଛାତ୍ରଛାତ୍ରୀମାନେ ଏକ ବ୍ୟଙ୍ଗ ନାଟକ ମାଧ୍ୟମରେ ଲୋକଙ୍କୁ ବୁଝାଇଥିଲେ।

Comments are closed.