www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆରମ୍ଭ ହେବ ଧାର୍ମିକ ରୀତିନୀତି

ନୂଆଦିଲ୍ଲୀ : ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ଆରମ୍ଭ ହେବ ଧାର୍ମିକ ରୀତିନୀତି। ଏଥିଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପ୍ରାୟଶ୍ଚିତ ଏବଂ କର୍ମକୂଟି ପୂଜନ କାର୍ଯ୍ୟକ୍ରମ ରହିଛି । ସେହିପରି ବୁଧବାର ଭବ୍ୟ ମୂର୍ତ୍ତି ପରିସର ପ୍ରବେଶ ହେବ । ଜାନୁଆରୀ ୧୮ ତାରିଖ ସନ୍ଧ୍ୟାରେ ତୀର୍ଥ ପୂଜନ, ଜଳଯାତ୍ରା , ଜଳାଧିବାସ ଏବଂ ଗନ୍ଧାଧିବାସ ରୀତିନୀତି ରହିଛି। ଜାନୁଆରୀ ୧୯ ତାରିଖ ସକାଳେ ଓୗଷାଧିବାସ , କେଶରାଧିବାସ , ଘୃତାଧିବାସ ଏବଂ ସନ୍ଧ୍ୟାରେ ଧ୍ୟାନାଧିବାସ ନୀତି ରହିଛି ।

ସେହିପରି ଜାନୁଆରୀ ୨୦ ତାରିଖ ସକାଳେ ଶର୍କରାଧିବାସ, ଫଳାଧିବାସ  ଏବଂ ପୁଷ୍ପାଧିବାସ ରହିଛି। ୨୧ ତାରିଖ ସକାଳେ ମଧ୍ୟାଧିବାସ ଓ ସନ୍ଧ୍ୟାରେ ଶର୍ଯ୍ୟାଧିବାସ ରହିଛି। ୧୮ ତାରଖରେ ଦେଢ ଶହରୁ ୨୦୦ କିଲୋଗ୍ରାମ୍  ଓଜନର ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରାଯିବ । ୨୨ରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହାର ୫ଦିନ ପୂର୍ବରୁ ମଙ୍ଗଳବାରଠାରୁ ବିଭିନ୍ନ ଧାର୍ମିକ ରୀତିନୀତି ଆରମ୍ଭ ହେଉଛି।

- Advertisement -

 

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories