www.samajalive.in
Tuesday, December 9, 2025
16.1 C
Bhubaneswar

ରିଲାଏନ୍ସ ରିଟେଲ୍ ଭାରତରେ ଖୋଲିବ ‘୭-ଇଲେଭେନ୍ ଷ୍ଟୋର୍‌’ 

ମୁମ୍ବଇ/ ଭୁବନେଶ୍ୱର:ଭାରତରେ ୭-ଇଲେଭେନ୍ କନ୍‌ଭିନିଏନ୍‌ସ ଷ୍ଟୋର୍ ଖୋଲିବା ଲାଗି ରିଲାଏନ୍ସ ରିଟେଲ୍ ଭେଂଚର୍ସ  ଲିମିଟେଡ୍ (ଆରଆରଭିଏଲ୍‌) ଏହାର ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ୭-ଇଣ୍ଡିଆ  କନ୍‌ଭିନିଏନ୍ସ ରିଟେଲ୍ ଲିମିଟେଡ୍ ଜରିଆରେ ୭-ଇଲେଭନ୍  ଆଇଏନ୍‌ସି (ଏସ୍‌ଇଆଇ) ସହିତ  ମାଷ୍ଟର ଫ୍ରାଚାଂଇଜି ଚୁକ୍ତିପତ୍ର ସ୍ୱାକ୍ଷର କରିଛି। ଏହି  କ୍ରମରେ ଅକ୍ଟୋବର ୯ ତାରିଖ, ଶନିବାର ଦିନ ମୁମ୍ବାଇର ଅନ୍ଧେରୀ ଇଷ୍ଟ୍‌ରେ ପ୍ରଥମ ୭–ଇଲେଭେନ୍ ଷ୍ଟୋର  ଖୋଲା ଯିବାର   କାର୍ଯ୍ୟକ୍ରମ  ରହିଛି।  ଏହାପରେ ଗ୍ରେଟର ମୁମ୍ବଇର ପ୍ରମୁଖ ଆବାସିକ ଓ ବାଣିଜ୍ୟିକ  ଅଂଚଳ ଗୁଡ଼ିକରୁ ଆରମ୍ଭ କରି ଏହି ଷ୍ଟୋର୍‌ ଗୁଡ଼ିକର ଦ୍ରୁତ ସମ୍ପ୍ରସାରଣ କରାଯିବ।

୭-ଇଲେଭେନ୍ ଷ୍ଟୋର ଉନ୍ମୋଚନ  ସହିତ ଦେଶର ସର୍ବବୃହତ ରିଟେଲର ଆର୍‌ଆର୍‌ଭିଏଲ୍ ଭାରତୀୟ  ଗ୍ରାହକଙ୍କୁ  ଉତ୍କୃଷ୍ଟ  ସପିଙ୍ଗ  ଅନୁଭୂତି  ପ୍ରଦାନ କରିବ ଏବଂ କିଣିବା ପାଇଁ ଗ୍ରାହକମାନଙ୍କୁ ଆକର୍ଷଣୀୟ ମୂଲ୍ୟ ଉପସ୍ଥାପନ କରିବା ଯାତ୍ରା ପ୍ରତି ଆଉଏକ ପାଦ ଅଗ୍ରସର ହୋଇଛି । ୭–ଇଲେଭେନ୍ ଷ୍ଟୋର୍‌ ଗୁଡ଼ିକର   ଲକ୍ଷ୍ୟ  ହେଉଛି ଗ୍ରାହକ ମାନଙ୍କୁ ସ୍ୱତନ୍ତ୍ର ଷ୍ଟାଇଲ୍‌ର ସୁବିଧା ଦେଇ ସେମାନଙ୍କୁ ପାନୀୟ, ସ୍ନାକ୍ସ ଓ ସୁସ୍ୱାଦୁ ପଦାର୍ଥର ବ୍ୟାପକ ବର୍ଗମାଳା ପ୍ରଦାନ କରିବ। ଯାହାକୁ ସ୍ଥାନୀୟ ସ୍ୱାଦକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି। ଏଥିସହିତ ଏହା ଗ୍ରାହକଙ୍କ ଦୈନିକ ଆବଶ୍ୟକତା ପୂରଣ କରିବ ଏବଂ ସବୁରି ମୂଳରେ ରହିବ ସୁଲଭତା ଓ ସ୍ୱଚ୍ଛତା।

- Advertisement -

ଏକ ଦ୍ରୁତ ସମ୍ପ୍ରସାରଣ ଯୋଜନା ରହିଥିବାରୁ ଏହା ସ୍ଥାନୀୟ ନିଯୁକ୍ତିକୁ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରିବ ଏବଂ ସହଜ ଖାଦ୍ୟ (କନଭିନିଏନ୍ସ ଫୁଡ୍‌)ର ଏକ ସମ୍ପୂର୍ଣ୍ଣ ପରିବ୍ୟବସ୍ଥା ସୃଷ୍ଟି କରିବ। ଭାରତରେ ୭-ଇଲେଭେନ୍‌ର ସୁବିଧାଜନକ ଖୁଚୁରା ବ୍ୟବସାୟ ମଡେଲ୍‌କୁ କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ଆବଶ୍ୟକତା ଅନୁସାରେ ତାହାକୁ ପ୍ରସ୍ତୁତ କରିବାରେ ଆରଆରଭିଏଲ୍‌କୁ ଏସ୍‌ଇଆଇ ଶ୍ରେଷ୍ଠ ଶ୍ରେଣୀର ପରିଚାଳନା ପ୍ରକ୍ରିୟା ଓ ବ୍ୟବସ୍ଥା ଆଣିବାରେ ସହଯୋଗ କରିବ।
ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍ ନିର୍ଦେଶିକା, ଇଶା ଅମ୍ବାନି, କହିଛନ୍ତି ଯେ, “ରିଲାଏନ୍ସରେ  ଆମେ  ଗ୍ରାହକଙ୍କୁ  ସବୁବେଳେ ଶ୍ରେଷ୍ଠ ପ୍ରଦାନ କରି ଗର୍ବ ଅନୂଭବ କରୁ ଏବଂ ସାରା ଦୁନିଆର ବିଶ୍ୱାସଭାଜନ ହୋଇଥିବା କନ୍‌ଭିନିଏନ୍‌ସ ଷ୍ଟୋର୍ ୭–ଇଲେଭେନ୍‌କୁ ଭାରତ ଆଣିଥିବାରୁ ଆମେ ଗର୍ବିତ। କନ୍‌ଭିନିଏନ୍‌ସ ଖୁଚୁରା ଦୃଶ୍ୟପଟ୍ଟରେ ୭-ଇଲେଭେନ୍  ହେଉଛି  ଅନ୍ୟତମ ସବୁଠୁ ଆଇକନିକ୍ (ପ୍ରମୁଖ) ବିଶ୍ୱସ୍ତରୀୟ ବ୍ରାଣ୍ଡ୍ । ଏସ୍‌ଇଆଇ ସହିତ ଆମେ ଯେଉଁ ନୂଆ  ପଥ ଗଠନ କରିବୁ ତାହା ଭାରତୀୟ ଗ୍ରାହକଙ୍କୁ ସେମାନଙ୍କ ଆଖପାଖ (ପଡ଼ୋଶୀ) ସ୍ଥାନରେ ଶ୍ରେଷ୍ଠ ସୁବିଧା ଓ ପସନ୍ଦ ପ୍ରଦାନ କରିବ ।’’

“ଭାରତର ହେଉଛି ବିଶ୍ୱର ଦ୍ୱିତୀୟ ବୃହତମ ଦେଶ ଏବଂ ଏହା ହେଉଛି ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି। ଦୁନିଆର ସର୍ବବୃହତ କନ୍‌ଭିନିଏନ୍ସ   ରିଟେଲର୍ ଭାବେ ଭାରତରେ ଆମେ  ପ୍ରବେଶ କରିବାର ଏହା ଉପଯୁକ୍ତ ସମୟ ବୋଲି  କହିଛନ୍ତି ଏସ୍‌ଇଆଇର ସଭାପତି ଓ ମୁଖ୍ୟ  କାର୍ଯ୍ୟନିର୍ବାହୀ ଅଧିକାରୀ ଜୋ  ଡିପିଂଟୋ। “ରିଲାଏନ୍ସ ରିଟେଲ୍ ଭେଂଚର୍ସ ସହିତ ଆମର ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ତଥା ସହଯୋଗିତା ମୁମ୍ବାଇ ସହରରୁ ଆରମ୍ଭ ହୋଇ ନିୟୁତାଧିକ ଭାରତୀୟ ଗ୍ରାହକଙ୍କୁ ୭–ଇଲେଭେନ୍ ବ୍ରାଣ୍ଡ୍‌ର ସହଜ ଉତ୍ପାଦ ଓ ସେବା ପ୍ରଦାନ କରିବ ।’’

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories