www.samajalive.in
Saturday, December 6, 2025
16.1 C
Bhubaneswar

ଭାରତ ନିର୍ମିତ ସ୍ପୁଟନିକ ଭି ପ୍ରଥମ ବ୍ୟାଚକୁ ମଞ୍ଜୁରି

ଚଣ୍ଡିଗଡ: ଭାରତରେ ନିର୍ମିତ ପ୍ରଥମ ଦଫା ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ) କସଉଲିର ମଞ୍ଜୁରି ଲାଭ କରିଛି। ଭାରତରେ ଏହି ଟିକା ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ମଧ୍ୟରେ ହେଟେରୋ ଡ୍ରଗ୍ସ ଏବଂ ଏହା ହାଇଦରାବାଦସ୍ଥତ ଡ୍ରଗ୍ସ କମ୍ପାନୀ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ଭାରତରେ ମୋଟ ଛଅଟି କମ୍ପାନୀ ସ୍ପୁଟନିକ ଭି ଟିକା ତିଆରି କରୁଛନ୍ତି। ପୂର୍ବରୁ ରୁଷରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଡି ବି ଭେଙ୍କଟେଶ ବର୍ମା ଗତ ମଇ ମାସରେ କହିଥିଲେ ଯେ ସମଗ୍ର ପୃଥିବୀରେ ଯେତିକି ପରିମାଣରେ ସ୍ପୁଟନିକ ଭି ଟିକା ଉପଲବ୍ଧ ହେବ, ସେଥିମଧ୍ୟରୁ ୬୦ରୁ ୭୦% ଭାରତରେ ତିଆରି କରାଯିବ। ଶ୍ରୀ ବର୍ମା ରୁଷିଆରେ ସାମ୍ବାଦିକଙ୍କ ନିକଟରେ ପ୍ରକାଶ କରି କହିଥିଲେ, ଭାରତ ୮୫୦ ନିୟୁତ ପାନ ସ୍ପୁଟନିକ ଭି ଟିକା ଉତ୍ପାଦନ କରିବାକୁ ଯାଉଛି। ରୁଷ ଇତିମଧ୍ୟରେ ଭାରତକୁ ଦୁଇଟି ପର୍ଯ୍ୟାୟରେ ଯଥାକ୍ରମେ ୧,୫୦,୦୦୦ ପାନ ଏବଂ ୬୦,୦୦୦ ପାନ ଟିକା ଯୋଗାଇ ଦେଇସାରିଛି। ସେ ଆହୁରି କହିଥିଲେ, ସ୍ପୁଟନିକ ଭାରତରେ ତିନିଟି ପର୍ଯ୍ୟାୟରେ ଉତ୍ପାଦନ କରାଯିବ। ପ୍ରଥମ, ରୁଷିଆରୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଟିକା ଭାରତକୁ ଅଣାଯିବ ଯାହା ସେମାନେ କରିସାରିଛନ୍ତି, ଦ୍ୱିତୀୟରେ ଆରଡିଆଇଏଫ୍‍ ଭାରତକୁ ମୋଟା ଅଙ୍କର ଟିକା ପଠାଇବ। ତାହା ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଥିବ, କିନ୍ତୁ ତାହାକୁ କେବଳ ଭାରତରେ ବିଭିନ୍ନ ବୋତଲରେ ଭର୍ତ୍ତି କରାଯିବ। ତୃତୀୟରେ ତାହା ସଂପୂର୍ଣ୍ଣ ଭାବରେ ଭାରତରେ ପ୍ରସ୍ତୁତ ହେବ। ସ୍ପୁଟନିକ ଲାଇଟ ସିଙ୍ଗଲ-ସଟ୍‍ ଟିକା ସମ୍ପର୍କରେ ପ୍ରକାଶକରି ଶ୍ରୀ ବର୍ମା କହିଥିଲେ, ରୁଷ କର୍ତ୍ତୃପକ୍ଷ ଇତିମଧ୍ୟରେ ସ୍ପୁଟନିକ ଲାଇଟ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଛନ୍ତି, କିନ୍ତୁ ଭାରତରେ ସେଥିପାଇଁ ନିୟାମକ ଅନୁମୋଦନ କାର୍ଯ୍ୟ ଶେଷ ହୋଇନାହିଁ। ଥରେ ତାହା ସମ୍ପୂର୍ଣ୍ଣ ହୋଇଗଲେ ଭାରତ ଓ ରୁଷିଆ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ କ୍ଷେତ୍ରରେ ସ୍ପୁଟନିକ ଲାଇଟ ଟିକା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories