ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩୯୯ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୧୦୨

ଦିନକରେ ୪୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁସଂଖ୍ୟା ୨୮୩୧କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୦୨ ଜଣ ଆକ୍ରାନ୍ତ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୪୭୪୧ ଏବଂ ସ୍ଥାନୀୟ ସଂକ୍ରମିତ ୩୬୫୮ ଜଣ ରହିଛନ୍ତି। ଦିନକରେ ରାଜ୍ୟରେ ବାଲେଶ୍ୱର ଜିଲାରୁ ୨୪୦, କଟକ ୭୬୬, ଯାଜପୁର ୫୧୪, କେନ୍ଦୁଝର ୧୮୬, ସୁନ୍ଦରଗଡ ୪୭୭, ପୁରୀ ୪୭୫, ସମ୍ବଲପୁର ୧୯୧, କଳାହାଣ୍ଡି ଜିଲାରୁ ୧୯୦ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ମୟୁରଭଞ୍ଜରୁ ୪୮୫, ଅନୁଗୁଳ ୪୬୮, ନବରଙ୍ଗପୁର ୨୦୦, ବରଗଡ ୧୮୯, ସୁବର୍ଣ୍ଣପୁର ୧୪୩, ମୟୁରଭଞ୍ଜ ୪୮୫, ନୟାଗଡ ୨୨୩, ବଲାଙ୍ଗୀର ୧୧୬, କନ୍ଧମାଳ ୯୫, କେନ୍ଦୁଝର ୧୮୬, ଷ୍ଟେଟପୁଲ ୧୮୫, ରାୟଗଡା ୨୯୨, ଜଗତସିଂହପୁର ୨୬୯, ମାଲକାନଗିରି ୧୨୮, କେନ୍ଦ୍ରାପଡା ୨୧୦, ସୁବର୍ଣ୍ଣପୁର ୧୪୩, ନୂଆପଡା ୩୪, ଗଞ୍ଜାମରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡ ଜିଲାରୁ ୮୧, ଢେଙ୍କାନାଳ ୪୫୧, ଗଜପତି ୮୦, କୋରାପୁଟରୁ ୧୭୮ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ୧୧୦୯୫ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ ୮୭୨୨୦ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।
ଅନୁରୂପ ଭାବରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଏପର୍ଯ୍ୟନ୍ତ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି। ରାଜ୍ୟର ଅନୁଗୁଳ, କଳାହାଣ୍ଡି, କଟକ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Comments are closed.