କାନାରା ବ୍ୟାଙ୍କ ତରଫରୁ ପୁରୁଣା, ମଇଳା ଏବଂ ଚିରାଫଟା ମୁଦ୍ରା ବିନିମୟ ମେଳା ଅନୁଷ୍ଠିତ

କଟକ : କାନାରା ବ୍ୟାଙ୍କ ତରଫରୁ ଲୋକମାନଙ୍କର ହିତକୁ ଦୃଷ୍ଟିରେ ରଖି ପୁରୁଣା ମଇଳା ଏବଂ ଚିରାଫଟା ନୋଟ୍‌କୁ
ବଦଳାଇ ନୂଆ ନୋଟ୍‌ ଏବଂ କଏନ୍‌ ଦେବାର ବ୍ୟବସ୍ଥା ଚୈାଧୁରୀ ବଜାରସ୍ଥିତ କାନାରା ବ୍ୟାଙ୍କ ଶ।।ଖାରେ ଅନୁଷ୍ଠିତ
ହୋଇଥିଲା । ଏହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ମହାପ୍ରବନ୍ଧକ ଦେବୀ ପ୍ରସାଦ ରାୟ ଉଦ୍‌ଘାଟନ କରିଥିଲେ । ଏହି
କାର୍ଯ୍ୟକ୍ରମରେ ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦର ଏବଂ କ୍ଷେତ୍ରୀୟ ମୁଖ୍ୟ ନୀରଜ କୁମାର ମିଶ୍ର ଉପସ୍ଥିତ ଥିଲେ ।
କରେନ୍ସି ଚେଷ୍ଠର ଅଧିକାରୀ ଏବଂ ଚୈାଧୁରୀ ବଜାର ଶାଖାର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା
କରିଥିଲେ ।

Comments are closed.