www.samajalive.in
Sunday, December 7, 2025
26.1 C
Bhubaneswar

ଅତାବିରା ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଳବ୍ ର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭାରେ ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଯୁବ ରେଡକ୍ରସ ର ପରାମର୍ଶ ଦାତା ଅଧ୍ୟାପକ ପରମାନନ୍ଦ ରଥ ସଭା ପରିଚାଳନା କରିଥିଲେ। ପ୍ରାଧ୍ୟାପକ ଡଃ ତ୍ରିଲୋଚନ ପ୍ରଧାନ ଓ ଅଧ୍ୟାପକ ଶ୍ରୀ ମଦନ ମେହେର ସମ୍ମାନିତ ଅତିଥି ରୂପେ ମଞ୍ଚାଷୀନ ଥିଲେ। ଏହି ସଭାରେ ମୁଖ୍ୟତଃ ଏଡ଼ସ ରୋଗ ର ସଂକ୍ରମଣ,ନିରାକରଣ ଓ ଚିକିତ୍ସା ବ୍ୟବସ୍ଥା ତଥା କରୋନା ମହାମାରୀ ସହ ବର୍ତ୍ତମାନ ର ଯୁବ ପୀଢ଼ି କିପରି ଖାପ ଖୁଆଇ ଚଳିବା ର ଆବଶ୍ୟକତା ରହିଛି ସେ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ଓ ଦିଗଦର୍ଶନ ଦିଆଯାଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା କରାଯାଇଥିଲା ଯେଉଁଥିରେ ସୁନେନା ସାହୁ,ଇପ୍ସିତା ନନ୍ଦ ଓ ନାରାୟଣ ମେହେର ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ ସେଚ୍ଛାସେବି ମାନେ ଲିଫ୍ଲେଟ୍ ବଣ୍ଟନ ଓ ରେଡ ରିବନ ବାନ୍ଧି ଏଡ଼ସ ର ଭୟାବହତା ଉପରେ ସଚେତନ କରାଇଥିଲେ।ଶେଷରେ ସ୍ବେଚ୍ଛାସେବୀ ନମ୍ରତା ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥଲେ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories