୪୮ଏମପି କ୍ୟାମେରା ଥିବା ରେଡମି ନୋଟ-୭ପ୍ରୋର ବଜାରପ୍ରବେଶ
ନୂଆଦିଲ୍ଲୀ : ଜିଓମି ତାର ଦୁଇଟି ସ୍ମାର୍ଟଫୋନ ରେଡମି ନୋଟ-୭ ଏବଂ ରେଡମି ନୋଟ-୭ପ୍ରୋର ବଜାରପ୍ରବଶେ କରିଛି। ଏହି ଦୁଇଟି ଫୋନର ବିଶେଷତ୍ୱ ବିଷୟରେ କହିଲେ ଉଭୟ ଫୋନର ଫ୍ରଣ୍ଟ ପ୍ୟାନେଲ ଉପରେ ଗରିଲା ଗ୍ଲାସ-୫ର ପ୍ରୋଟେକସନ ଏବଂ ରେଡମି ନୋଟ-୭ପ୍ରୋରେ ୪୮ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଏହାସହିତ ଫୋନରେ ଫାଷ୍ଟ ଚାର୍ଜିଙ୍ଗର ସପୋର୍ଟ ରହିଛି।
ରେଡମି ନୋଟ-୭ପ୍ରୋର ବିଶେଷତ୍ୱ
ରେଡମି ନୋଟ-୭ପ୍ରୋର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ୱାଟରଡ୍ରପ ନଞ୍ଚ ଡିସପ୍ଲେ ରହିଛି। ଯାହାର ଆସପେକ୍ଟ ରେଶିୟୋ ୧୯.୫:୯ରହିଛି। ଡିସପ୍ଲେ ଉପରେ ଗରିଲା ଗ୍ଲାସ-୫ର ପ୍ରୋଟେକସନ ଦିଆଯାଇଛି। ଏଥିରେ କ୍ୱାଲାକମର ଅକ୍ଟାକୋର ସ୍ନାପଡ୍ରାଗନ ୬୭୫ପ୍ରୋସେସର ରହିଛି ଏବଂ ଏହି ଫୋନରେ ୪ଜିବି/୬ଜିବି ରାମ ଏବଂ ୬୪ଜିବି ଏବଂ ୧୨୮ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ମାଧ୍ୟମରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।
ରେଡମି ନୋଟ-୭ ପ୍ରୋର କ୍ୟାମେରା
ଏହି ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲର ରହିଛି ଏବଂ ଏହାର ଅଫର୍ଚର ଏଫ/୧.୭୯ ରହିଛି। ଏହାର ଆଗପଟେ ୫ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। କ୍ୟାମେରା ସହିତ ଏଆଇର ମଧ୍ୟ ସପୋର୍ଟ ମିଳିବ। ଏହାସହିତ ଏଥିରେ ୪କେ ଭିଡିଓ ରେକର୍ଡ କରିପାରିବେ।
ରେଡମି ନୋଟ-୭ପ୍ରୋର ବ୍ୟାଟେରୀ ଏବଂ ସଂଯୋଗ
ଫୋନରେ ୪ହଜାର ଏମ୍ଏଚର ବ୍ୟାଟେରୀ ରହିଛି। ଯାହା କ୍ୱିକ୍ ଚାର୍ଜ ୪.୦କୁ ସପୋର୍ଟ କରିଥାଏ। ଫୋନରେ ଟିପଚିହ୍ନ ସେନସର, ସି-ଟାଇପ୍ ଚାର୍ଜିଙ୍ଗ ପୋର୍ଟ, ୩.୫ଏମ୍ମ୍ର ହେଡଫୋନ ଜ୍ୟାକ, ଡୁଆଲ ସିମ ସେପୋର୍ଟ, ୱାଇ-ଫାଇ, ବ୍ଲୁଟୁଥ ୫.୦ଭଳି ଫିଚର୍ସ ରହିଛି। ଫୋନରେ ୧୮ୱାଟର ଚାର୍ଜର ମଧ୍ୟ ମାଗଣାରେ ପାଇପାରିବେ।
ରେଡମି ନୋଟ-୭ପ୍ରୋର ମୂଲ୍ୟ
ରେଡମି ନୋଟ-୭ପ୍ରୋର ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୩ହଜାର ୯୯୯ଟଙ୍କା। ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୬ହଜାର ୯୯୯ଟଙ୍କା। ଫୋନର ବିକ୍ରି ମାର୍ଚ୍ଚ ୧୩ରୁ ଜିଓମିର ଅନଲାଇନ ଷ୍ଟୋର, ଏମଆଇ ହୋମ ଏବଂ ଫ୍ଲିପକାର୍ଟରେ ହେବ। ଫୋନ ସହିତ ଏୟାରଟେଲ ତରଫରୁ ୧୨୨୦ଜିବି ଡାଟା ଏବଂ ଅନଲିମିଟେଡ କଲିଙ୍ଗ ମିଳିବ।