www.samajalive.in
Saturday, December 6, 2025
14.1 C
Bhubaneswar

ଶ୍ୱଶୁର ଘରକୁ ଆସି ଜ୍ୱାଇଁର ହାଇଡ୍ରାମା; ବିଦ୍ୟୁତ୍‌ ଟାଓ୍ୱାରରେ ଚଢ଼ି କଲେ ଆତ୍ମହତ୍ୟା ଉଦ୍ୟମ

ରେଢ଼ାଖୋଲ: ରେଢ଼ାଖୋଲ ଥାନା ଖଣ୍ଡହତା ଗାଁ ନିକଟରେ ଥିବା ଏକ ଉଚ୍ଚ କ୍ଷମତା ବିଦ୍ୟୁତ୍‌ ଟାୱାରରେ ଚଢି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି । ଏନେଇ ରେଢ଼ାଖୋଲ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା କଣିହାଁ ଥାନା ହନୁମାନପୁର ଗାଁର ଆକାଶ ନାୟକ ନାମକ ଜଣେ ଯୁବକ ସେହି ଗାଁରେ ବିବାହ କରିଥିଲେ ।

ତାଙ୍କ ଶ୍ୱଶୁର ଘରକୁ ପରିବାର ସହିତ ଆସିଥିଲେ । ହେଲେ କୌଣସି କାରଣକୁ ନେଇ ଆକାଶ ଗାଁ ନିକଟରେ ଥିବା ଏକ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ଟାୱାରରେ ଚଢ଼ିଯାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ । ଏନେଇ ତାଙ୍କ ଶ୍ୱଶୁର ଘର ପରିବାର ସଦସ୍ୟ ମାନେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝା ସୁଝା କରିଥିଲେ । ହେଲେ ସେ ଆତ୍ମହତ୍ୟା କରିବି ବୋଲି ଜିଦ୍‌ ଧରିଥିଲେ । ପରେ ପରିବାର ସଦସ୍ୟ ମାନେ ରେଢ଼ାଖୋଲ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ।

- Advertisement -

ସୂଚନା ପାଇବା ପରେ ଅଗ୍ନିଶମ ଅଧିକାରୀ ମିଶ୍ର କିଷାନଙ୍କ ନେତୃତ୍ୱରେ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଟାୱାରକୁ ଚଢି କୌଶଳ କ୍ରମେ ଯୁବକକୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଡାକ୍ତରଙ୍କ ଚିକିତ୍ସା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଥିବା ଜଣାପଡିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories