www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ ଚାଣକ୍ୟଙ୍କ ଏହି ନୀତି ବିଷୟରେ

ସୁଖ ଓ ଦୁଃଖ ଦୁଇଟି ଜୀବନର ଏକ ଅଂଶ। ଜୀବନରେ ସୁଖ ମିଳିବ ଅଥବା ଦୁଃଖ ତାହା କର୍ମ ଉପରେ ନିର୍ଭର କରିଥାଏ। କୌଣସି ବ୍ୟକ୍ତିଙ୍କ ସୌଭାଗ୍ୟ ଓ ର୍ଦୁଭାଗ୍ୟ ପଛରେ ଅଧିକାଂଶ ସେମାନଙ୍କ ବ୍ୟବହାର ଓ ବିଚାର ମଧ୍ୟ ଗୁରୁତ୍ୱ ରଖିଥାଏ। ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଜୀବନର ଅନେକ କଥାକୁ ବିସ୍ତାର କରି ବର୍ଣ୍ଣନା କରିଛନ୍ତି। ନୀତି ଶାସ୍ତ୍ରରେ ଜୀବନରେ ଏପରି ୩ଟି ପରିସ୍ଥିତି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ଯେକୌଣସି ମନୁଷ୍ୟ ପାଇଁ କଷ୍ଟକର।
ଯେଉଁ ସମୟରେ ବ୍ୟକ୍ତିଙ୍କୁ ଭାଗ୍ୟ ଭଲ ଭାବେ ସାଥ୍‍ ନଦେଲେ ମଧ୍ୟ ଧୈର୍ଯ୍ୟ ହରାଇବା ଉଚିତ ନୁହେଁ। ବ୍ୟକ୍ତିଙ୍କୁ ପ୍ରତ୍ୟେକ ପରିସ୍ଥିତିକୁ ସାହସ ଓ ଧୈର୍ଯ୍ୟର ସହ କାମ କରିବା ଉଚିତ। ଜାଣନ୍ତୁ ସେହି ୩ଟି ପରିସ୍ଥିତି ବିଷୟରେ….
୧- ବୃଦ୍ଧ ବୟସରେ କୌଣସି ମହିଳା ଓ ପୁରୁଷ ସାଥିଙ୍କ ମୃତ୍ୟୁ ହୋଇଯାଏ,ତେବେ ତାହା ଏକ ବଡ ର୍ଦୁଭାଗ୍ୟ। ପ୍ରତ୍ୟେକ ପୁରୁଷ ଓ ମହିଳାଙ୍କୁ ବୃଦ୍ଧ ଅବସ୍ଥାରେ ଜୀବନସାଥିଙ୍କ ଖୁବ ଆବଶ୍ୟକତା ଥାଏ। ସୁଖରେ ଦୁଃଖରେ ପରସ୍ପରର ସାଥ୍‍ ଦେଇଥାଆନ୍ତି।
୨- ଯେଉଁ ବ୍ୟକ୍ତି ଅନ୍ୟ ଉପରେ ନିର୍ଭର କରନ୍ତି,ସେମାନେ ଦୁର୍ବଳ ହୋଇ ଯାଆନ୍ତି। ଅନ୍ୟ ଉପରେ ନିର୍ଭର ରହିଲେ,ନିଜ ଇଚ୍ଛାକୁ ଭୁଲି ଯିବାକୁ ପଡିଥାଏ। ଖୁସି ଦୂରେଇ ଯାଏ। ସ୍ୱାଧୀନତା ପଳାଇଥାଏ। ନିଜ ଘରେ ରଖିବା ଦ୍ୱାରା ବ୍ୟକ୍ତିଙ୍କ ସୌଭାଗ୍ୟ ଓ ସ୍ୱାଭିମାନ ବୃଦ୍ଧି ପାଇଥାଏ।
୩- ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ, ବ୍ୟକ୍ତିଙ୍କ ଝାଳ ବୁହା ଧନ କୌଣସି ଶତ୍ରୁ କିମ୍ବା କୌଣସି ଖଳ ବ୍ୟକ୍ତିଙ୍କ ହାତରେ ପଡିଯାଏ ବ୍ୟକ୍ତିଙ୍କୁ ଖୁବ କଷ୍ଟ ଅନୁଭବ ହୋଇଥାଏ। ଶତ୍ରୁଙ୍କ ନିକଟକୁ ଆପଣଙ୍କ ଧନ ପଳାଇଲେ,ସେହି ଧନକୁ ସେ ଆପଣଙ୍କ ବିରୁଦ୍ଧରେ ବ୍ୟବହାର କରି ପାରନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories