www.samajalive.in
Saturday, December 6, 2025
14.1 C
Bhubaneswar

ବିଷ ଠାରୁ କମ ନୁହେଁ କ୍ଷୀର ସହ ଚିକେନ ଖାଇବା

ଖାଦ୍ୟ ଖାଇବା ସମୟରେ ସଭିଏଁ ୨ଟି କିମ୍ବା ଅଧିକ ଜିନିଷକୁ ଏକାସହ ଖାଇଥାଆନ୍ତି। ବିଶେଷ କରି କ୍ଷୀରରେ ପ୍ରସ୍ତୁତ ମିଠାକୁ ଭୋଜନ କରିବାର ଠିକ ପରେ କିମ୍ବା ଭୋଜନ ସମୟରେ ମଧ୍ୟ ଅଧିକାଂଶ ଲୋକେ ଖାଇଥାଆନ୍ତି। ମାତ୍ର ଆୟୁର୍ବେଦରେ କ୍ଷୀର ସହ କୌଣସି ଲୁଣିଆ ଖାଦ୍ୟପଦାର୍ଥ ଖାଇବା ଉଚିତ ନୁହେଁ ବୋଲି ବର୍ଣ୍ଣନା କରାଯାଇଛି। ବିଶେଷ କରି ଆମିଷ ସହ କ୍ଷୀର କିମ୍ବା କ୍ଷୀରରେ ପ୍ରସ୍ତୁତ କୌଣସି ଖାଦ୍ୟ ଏକତ୍ରିତ ସେବନ କରିବା ଉଚିତ ନୁହେଁ। ଆୟୁର୍ବେଦରେ ଏପରି କିଛି ଖାଦ୍ୟ ରହିଛି, ଯାହାକୁ ଏକତ୍ରିତ ଖାଇବା ଆଦୌ ଉଚିତ ନୁହେଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହ ପାଚନ ଓ ତ୍ୱଚା ଜନିତ ସମସ୍ୟା ସୃଷ୍ଟି କରିଥାଏ। ଜାଣନ୍ତୁ …
ଚିକେନ ଖାଇବା ପରେ କ୍ଷୀର ପିଇବା ଦ୍ୱାରା କିମ୍ବା ଏକତ୍ରିତ ଖାଇବା ଦ୍ୱାରା ଏହା ସଠିକ ଭାବେ ହଜମ ହୋଇନଥାଏ। ପାଚନ ଉପରେ କୁପ୍ରଭାବ ପଡିଥାଏ। ତ୍ୱଚା ଓ ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଚିକେନ ଓ କ୍ଷୀର ପରସ୍ପର ଠାରୁ ଭିନ୍ନ ଖାଦ୍ୟ। ଏହା ହଜମ ହେବା ପାଇଁ ଭିନ୍ନ ସମୟ ଆବଶ୍ୟକ। ଏକତ୍ରିତ ଏହାକୁ ଖାଇବା ଦ୍ୱାରା ଶରୀରରେ ଅନେକ ରୋଗ ସୃଷ୍ଟିର କାରଣ ହୋଇଥାଏ। ସ୍ୱାସ୍ଥ୍ୟ ଉପରେ ବିପରୀତ ପ୍ରଭାବ ପକାଇଥାଏ।
ଏଭଳି ଖାଦ୍ୟ ଲଗାତାର ଖାଇବା ଦ୍ୱାରା ମାରାତ୍ମକ ରୋଗ ହେବାର ଅଧିକ ସମ୍ଭାବନା ରହିଥାଏ। ଶରୀରରେ ଲାଲ ଦାଗ ସୃଷ୍ଟି ହୋଇଥାଏ।
କ୍ଷୀରର ହଜମ ପ୍ରକ୍ରିୟା ଠାରୁ ଚିକେନର ହଜମ ପ୍ରକ୍ରିୟା ଠାରୁ ଭିନ୍ନ। ଏହାକୁ ଏକାସହ ଖାଇବା ଦ୍ୱାରା ଏହା ଶରୀରରେ ବିଷାକ୍ତ ହୋଇଯାଏ। ହଜମ ହେବାକୁ ବିଳମ୍ବ ହୋଇଥାଏ। ଏହା ପେଟରେ ଯନ୍ତ୍ରଣା, ବଦହଜମି, ଗ୍ୟାଷ୍ଟ୍ରିକ, କୋଷ୍ଠକାଠିନ୍ୟ, ଏସିଡିଟି, ତ୍ୱଚା ପାଇଁ ଖୁବ କ୍ଷତିକାରକ ହୋଇଥାଏ।
ବିଶେଷଜ୍ଞଙ୍କ ମତରେ କ୍ଷୀର ଓ ଚିକେନକୁ ଅତି କମରେ ଦୁଇ ଘଣ୍ଟା ପରେ ସେବନ କରିବା ଉଚିତ। ଏକ ସୁସ୍ଥ ଆହାରର ଅର୍ଥ ଜୀବନଶୈଳୀକୁ ସଠିକ ଭାବେ ସୁନିଶ୍ଚିତ କରିବା ସହ ବିଷାକ୍ତ ଓ ହାନୀକାରକ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରଖିବା ଉଚିତ।
ଏକତ୍ରିତ ଖାଆନ୍ତୁ ନାହିଁ-
ମାଛ ସହ କ୍ଷୀର
ଚିକେନ ସହ କ୍ଷୀର
ଚା’ ସହ ରସୁଣ
କ୍ଷୀର ସହ କଦଳୀ
ସବୁଜ ଟମାଟୋ ସହ ନିଶାଜିନିଷ
ଆଳୁ ସହ ନିଶାଦ୍ରବ୍ୟ
କ୍ଷୀର ସହ ଲୁଣ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories