www.samajalive.in
Friday, December 5, 2025
20.1 C
Bhubaneswar

ଗୁଡ ପରଟା

ଆବଶ୍ୟକ ସାମଗ୍ରୀ :

ଅଟା – ୨କପ

- Advertisement -

ଲୁଣ – ସ୍ବାଦାନୁଯାୟୀ

ପାଣି – ଆବଶ୍ୟକ ଅନୁଯାୟୀ

ଘିଅ – ଆବଶ୍ୟକ ଅନୁଯାୟୀ

ପୂର ପ୍ରସ୍ତୁତ ପାଇଁ ସାମଗ୍ରୀ :

ବାଦାମ ଗୁଣ୍ଡ – ୧ଚାମଚ

ଗୁଜୁରାତି ଗୁଣ୍ଡ – ୧ଚାମଚ

ଗୁଡ – ୧ କପ

ଲହୁଣୀ – ଅଧ କପ

Pic courtesy : Nisha Madhulika

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଏକ ପାତ୍ରରେ ଅଟା, ଲୁଣ ଔ ଦୁଇ ଚାମଚ ଘିଅ ପକାଇ ଭଲ ଭାବେ ମିଶାଇ କିଛି ସମୟ ରଖି ଦିଅନ୍ତୁ। ତାପରେ ସେଥିରେ ପାଣି ଦେଇ ଚକଟି ଦିଅନ୍ତୁ। ଅଟା ଚକଟି ୧୫ମିନିଟ ଘୋଡାଇ ରଖନ୍ତୁ। ପୂର ପ୍ରସ୍ତୁତ କରିବା ପାଇଁ ଗୋଟି, ପାତ୍ରରେ ବାଦାମ ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ ଗୁଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଅଟାକୁ ନେଇ ବଲ ପରି କରନ୍ତୁ। ତାପରେ ବଲଗୁଡିକୁ ବେଲି ଦିଅନ୍ତୁ। ସେଥିରେ ଗୁଡର ମିଶ୍ରଣ ଭର୍ତ୍ତି କରି ଭଲ ଭାବେ ଚାରି ପଟୁ ମୋଡି ପୁଣି ବେଲନ୍ତୁ। ଅଳ୍ପ ତେଲ ଦେଇ ଏହି ପରଟାକୁ ବେଲିବା ଉଚିତ। ଗ୍ୟାସରେ ତାୱା ବସାଇ ଗରମ କରନ୍ତୁ। ତାୱା ଗରମ ହୋଇଗଲା ପ​‌ରେ ସେଥିରେ ବେଲିଥିବା ପରଟାକୁ ପକାଇ ଅଳ୍ପ ତେଲ ଦେଇ ସେକନ୍ତୁ। ଉଭୟ  ପାର୍ଶ୍ବ ଭଲ ଭାବେ ସେକି ହୋଇଗଲା ପରେ ତାହାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗୁଡ ପରଟା। ଏହାକୁ ଲହୁଣି ସହ ଖାଇ ପାରିବେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories