www.samajalive.in
Monday, December 8, 2025
14.1 C
Bhubaneswar

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଦ୍ଵିତୀୟ ରାଜ୍ୟସ୍ତରୀୟ ସାରସ୍ବତ ଆଲୋଚନା ଚକ୍ର

ରେଙ୍ଗାଲିକ୍ୟାମ୍ପ : ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ବିପ୍ଳବ ସୃଷ୍ଟି କରୁଥିବା ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଦ୍ଵିତୀୟ ରାଜ୍ୟସ୍ତରୀୟ ସାରସ୍ୱତ ଆଲୋଚନା ଚକ୍ର ସନ୍ଧ୍ୟା ୬ ଘଣ୍ଟା ସମୟରେ ଗୁଗୁଲ୍ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଅଛି  । ଏହି ସାରସ୍ୱତ ଆଲୋଚନା ଚକ୍ରରେ ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବବ୍ୟାପାର ମନ୍ତୀ ତୁଷାରକାନ୍ତି ବେହେରା ଓ ଅନୁଷ୍ଠାନର ପଥପ୍ରଦର୍ଶକ ବିଶିଷ୍ଟ କବି  ପଦ୍ମନାଭ ତ୍ରିପାଠୀ ଉଦ୍ଘାଟକ ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ। ସ୍ୱାରସ୍ୱତ ଆଲୋଚନା ଚକ୍ରର ପ୍ରାରମ୍ଭରେ ନିଶିଗନ୍ଧାର ପ୍ରାରମ୍ଭିକ ସଙ୍ଗୀତ ଓ ପଣ୍ଡିତ ନାରାୟଣ ରଥଙ୍କ ଦ୍ୱାରା ଏକ ଭଜନ ପରିବେଷଣ ହୋଇଥିଲା । ସଂସଦର ସଭାପତି ଡଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ୱ ଅଭିଭାଷଣରେ ସାହିତ୍ୟର ବିଭିନ୍ନ ଦିଗ ଉପରେ ସେ ଅଭିମତ ରଖିଥିଲେ। ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବାବେଳେ କାର୍ୟ୍ୟକାରୀ ସଭାପତି ଡ଼ଃ ଗୀତାଶ୍ରୀ ପ୍ରିୟମ୍ବଦା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।  ସଂସଦର ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି ଆଲୋଚନାଚକ୍ରର ପରିଚାଳନା କରିଥିଲେ ।
ଆଲୋଚନାଚକ୍ରର ପ୍ରାରମ୍ଭିକ ପର୍ୟ୍ୟାୟରେ ସମାଜର ପରିବର୍ତ୍ତନରେ ସାହିତ୍ୟର ଭୂମିକା ଶୀର୍ଷକରେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ନିଜର ବଳିଷ୍ଠ ବକ୍ତବ୍ୟ ରଖିଥିଲେ। ଦ୍ଵିତୀୟ ପର୍ୟ୍ୟାୟ ରେ “ରାଜନୀତିକ ପୃଷ୍ଠଭୂମିରେ ସାହିତ୍ୟ ଏକ ଅନୁଶୀଳନ ଶୀର୍ଷକ ” ଉପରେ ଓଡିଆ ଭାଷା ଆନ୍ଦୋଳନର ସଚିବ ତଥା ଗବେଷକ ଶ୍ରୀଯୁକ୍ତ ଡ଼. ସୁବ୍ରତ ପୃଷ୍ଟି ନିଜ ତଥ୍ୟଗତ ବିବରଣୀ ରଖି ଆଲୋଚନାକୁ ଯଥାର୍ଥ କରିଥିଲେ ।
ଆଲୋଚନାଚକ୍ରର ତୃତୀୟ ପର୍ୟ୍ୟାୟରେ ” ଆଧୁନିକ କବିତାର ଦିଗ ଓ ଦିଗନ୍ତ” ଉପରେ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଡ. କୁଳମଣି ଓଝା ବହୁମୂଲ୍ୟ ତଥ୍ୟ ଉପସ୍ଥାପନ କରିଥିଲେ। ସମସ୍ତ ଅତୁଳନୀୟ ଶବ୍ଦ, ଭାବ ,ଆବେଗ ତଥା ତଥ୍ୟଯୁକ୍ତ ଆଲୋଚନାର ସାରାଂଶ ସଂସଦର କାର୍ୟ୍ୟକାରୀ ସଭାପତି ଡ. ଗୀତାଶ୍ରୀ ପ୍ରିୟମ୍ବଦା ଏବଂ ଉପ -ସଭାପତି ଚିତ୍ତରଞ୍ଜନ ନନ୍ଦ ପ୍ରଦାନ କରିଥିଲେ। ଶେଷରେ ସଂସଦର ମୁଖ୍ୟ ସମ୍ପାଦିକା ସରସ୍ବତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ୟ୍ୟକ୍ରମକୁ ସଂସଦର ରାଜ୍ୟ ପୃଷ୍ଟପୋଷକ କରୁଣାକର ମଲ୍ଲିକ ଆଲୋଚନାର ସାରାଂଶ ପାଠ କରିଥିଲେ । ଏହି ଆଲୋଚନାଚକ୍ରରେ ଡ. ସୁଷମା କର, ଡ.ସୁଧାମାୟୀ ବେହୁରା, ସହ-ସଂଯୋଜକ ତ୍ରିନାଥ ପଟ୍ଟନାୟକ,କଲ୍ୟାଣୀ ନନ୍ଦ, ଗିରିଶ ଚନ୍ଦ୍ର ତ୍ରିପାଠୀ, ଡ଼. ନିରଞ୍ଜନ, ଡ଼. ଶିବପ୍ରିୟା ମିଶ୍ର,ଅନୁସୟା ଦେବତା, ଅର୍ଚ୍ଚନା ଦାସ,ରଶ୍ମିମୟୀ ପଟ୍ଟନାୟକ, ଡ଼. ନୀଳାଦ୍ରି ଜଗଦେବ, ଡ. ସୁମତି ସାହୁ, ସୁରମା ଦାସ, ମିନା ମୁଣ୍ଡ,ମିନତୀ କୁମାରୀ ପ୍ରଧାନ,ସୁମତି ମୁଣ୍ଡ ବିଜୟଶ୍ରୀ ନାଥ, ସଂଯୁକ୍ତା ପରିଡା, ତପସ୍ୱିନୀ ପଟ୍ଟନାୟକ, ବ୍ରତତୀ ପ୍ରିୟଦର୍ଶିନୀ,ଅର୍ଚ୍ଚନା ଦାସ, ଗଣେଶ କୁମାର ଜେନା, ଶ୍ରୀକାନ୍ତ ଭୋଇ, ପ୍ରଦୀପ କୁମାର ଦାସ, ହରିହର ଭୁକ୍ତା,ବନିତା ପଣ୍ଡିତ, ବସନ୍ତ କୁମାର ନାଥ, ଭଗବାନ ଓତ୍ତା,ଗଣେଶ ଚନ୍ଦ୍ର ଜେନା, ସିତାଂଶୁ ତ୍ରିପାଠୀ,ବିକ୍ରମ ଶୁକ୍ଳା, ନୂଆପଡ଼ା ଜିଲ୍ଲା ପ୍ରତିନିଧି ମାୟାଧର ସରାଫଙ୍କ,  ବିଶିଷ୍ଟ ସାମ୍ବାଦିକ ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ଅନେକ ସାହିତ୍ୟିକ ସ୍ରଷ୍ଟା ଉପସ୍ଥିତ ରହି ଆଗାମୀ ଦିନରେ ଏହିଭଳି ସାହିତ୍ୟିକ କାର୍ୟ୍ୟକ୍ରମକୁ ଆୟୋଜନ କରିବା ପାଇଁ ଆୟୋଜକକୁ ଅନୁରୋଧ କରିବା ସହ କାର୍ୟ୍ୟକ୍ରମର ଭୁୟସୀ ପ୍ରଶଂସା କରି ଏହି ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ଆଲୋଚନା ଚକ୍ରରେ ପରିଶେଷରେ ଏକ ଅନ ଔପଚାରିକ ବାର୍ତ୍ତା ମାଧ୍ୟମରେ ପଶ୍ଚିମାଞ୍ଚଳର ବିଚାରକ କୈଳାଶ ପଟ୍ଟନାୟକ ଆଲୋଚନାରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତ।ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories