www.samajalive.in
Friday, December 12, 2025
16.1 C
Bhubaneswar

ପ୍ରକୃତ ବନ୍ଧୁ, ଆମ ଜୀବନର ଏକ ନିଆରା ଚରିତ୍ର

ପ୍ରକୃତ ବନ୍ଧୁ ସବୁବେଳେ ନିଜର ବନ୍ଧୁସହ ଛିଡା ହୋଇଥିଏ । ଖୁସୀରେ ସାମିଲ ହେବା ସହ ଦୁଃଖ ସମୟରେ ସାହାଯ୍ୟ କରିଥାଏ। ଏପରିକି ବନ୍ଧୁ ପାଇଁ ବି ପ୍ରାଣ ବଳି ଦେଇଥାଏ। ଏପରି ଏକ ବନ୍ଧୁତ୍ୱ ମହାଭାରତରେ ଦେଖିବାକୁ ମଳିଥିଲା । କୃଷ୍ଣ ସୁଦାମା, କୃଷ୍ଣ ଅର୍ଜୁନଙ୍କର ବନ୍ଧୁତ୍ୱଙ୍କ କଥା ସମସ୍ତେ ଚର୍ଚ୍ଚା କରିଥାଆନ୍ତି । ମାତ୍ର ଏପରି ଜଣେ ଥିଲେ ଯେ ନିଜର ବନ୍ଧୁଙ୍କ ପାଇଁ ପ୍ରାଣ ବଳି ଦେଇଥିଲେ । ବନ୍ଧୁତ୍ୱ ବିଶ୍ୱର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ଅଟେ। ଜଣେ ଭଲ ବନ୍ଧୁ ଉଭୟ ସୁଖ ଓ ଦୁଃଖ ସମୟରେ ଆମ ସହ ରହିଥାଏ। ଜଣେ ବନ୍ଧୁ ଆମକୁ କେବେ ବି କୌଣସି ଅସୁବିଧାରେ ଦେଖିପାରି ନଥାଏ। ସବୁ ସମୟରେ ସୁଖ-ଦୁଃଖ ବନ୍ଧୁଙ୍କ ସହ ବାଣ୍ଟିବା ଦ୍ୱାରା ମନ ହାଲୁକା ହୋଇଯାଏ। ଯେକୌଣସି କାର୍ଯ୍ୟ କରିବା ସମୟରେ ଜଣେ ବନ୍ଧୁ ଆମ ସହ ଥିଲେ ମନରେ ସାହାସ ବଢିଥାଏ। ବନ୍ଧୁ ବିନା ଜୀବନ ଅତିବାହିତ କରିବା ବହୁତ କଷ୍ଟସାଧ୍ୟ ଅଟେ। ପୁରାତନ କାଳରୁ ଆମେ ବନ୍ଧୁତ୍ୱର ଅନେକ ଉଦାହରଣ ସହ ପରିଚିତ। ବନ୍ଧୁତା ଥରେ ହୋଇଗଲା ପରେ ତାହା ଭାଙ୍ଗିବା କଷ୍ଟକର ହୋଇଥାଏ। ବନ୍ଧୁତା ପାଇଁ କେହି କେହି ନିଜ ଜୀବନ ବାଜି ଲଗାଇବାର ଉଦାହରଣ ଆମେ ଦେଖିଛୁ।

ବନ୍ଧୁତ୍ୱ ଶଦ୍ଦ ଅତ୍ୟନ୍ତ ନିଆରା ଅଟେ। କିଛି ଲୋକ ଆମ ପାଇଁ ଭଲ ହୋଇଥାନ୍ତି ଏବଂ କିଛି ଲୋକ ଆମ ପାଇଁ ଖରାପ ହୋଇଥାନ୍ତି କିନ୍ତୁ କିଛି ଲୋକ ଆମ ପାଇଁ ଅତ୍ୟନ୍ତ ଭଲ ହୋଇଥାନ୍ତି। ପ୍ରକୃତ ବନ୍ଧୁ ବିନା ଆଶା ରଖି ଆମକୁ ସାହାଯ୍ୟ ମଧ୍ୟ କରିଥାଏ। ଆମକୁ ଜୀବନର ସଠିକ ମାର୍ଗ ଦେଖାଇଥାଏ। ସଠିକ ସମୟରେ ଆମ ସହ ରହି ଆମକୁ ସାହାଯ୍ୟ କରିଥାଏ। ପ୍ରକୃତ ବନ୍ଧୁ ଆମର ସୁଖ ଓ ଦୁଃଖ ଉଭୟ ସମୟରେ ଆମ ସହ ରହିଥାନ୍ତି। ଆମ ବନ୍ଧୁତା ଗଭୀର ବିଶ୍ୱାସ ଉପରେ ନିର୍ଭର ଅଟେ। ଆମ ଚିନ୍ତାଧାରା ଆମ ବନ୍ଧୁଙ୍କ ସହ ମିଶିଥାଏ। ସେମାନେ ଆମ ପାଇଁ ଅତ୍ୟନ୍ତ ନିଆରା ହୋଇଥାନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories