www.samajalive.in
Saturday, December 13, 2025
14.1 C
Bhubaneswar

ଓବିସି କମିଶନ୍‍ଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ; ସମ୍ବିଧାନ ସଂଶୋଧନ ବିଲ୍‍ ଗୃହୀତ

ନୂଆଦିଲ୍ଲୀ : ଜାତୀୟ ପଛୁଆବର୍ଗ କମିଶନ୍‍ଙ୍କୁ ସାମ୍ବିଧାନିକ ମର୍ଯ୍ୟାଦା ପ୍ରଦାନ ସଂକ୍ରାନ୍ତରେ ଲୋକସଭାରେ ଆଗତ ୧୨୩ତମ ସମ୍ବିଧାନ ସଂଶୋଧନ ବିଲ୍‍ ଗୃହୀତ ହୋଇଛି। ଏହାଦ୍ବାରା ପଛୁଆ ବର୍ଗର ସଶକ୍ତିକରଣ ହେବ ଏବଂ କମିଶନଙ୍କ କ୍ଷମତା ଓ ଶକ୍ତି ବୃଦ୍ଧି ପାଇବ ବୋଲି ସାମଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱର ଚନ୍ଦ ଗେହେଲଟ କହିଛନ୍ତି।

ସୌଜନ୍ୟ : ଲୋକସଭା ଟିଭି

ପୂର୍ବରୁ ଗତବର୍ଷ ଏପ୍ରିଲ୍‍ ମାସ ୧୦ ତାରିଖରେ ଏହି ବିଲ୍‍ ଲୋକସଭାରେ ପାସ୍‍ ହୋଇଯାଇଥିଲା। ପରେ ରାଜ୍ୟସଭାରେ କେତେକ ସଂଶୋଧନ ସହ ଗତ ବର୍ଷ ୩୧ ଜୁଲାଇ ୨୦୧୭ରେ ମାସରେ ପାସ୍‍ ହେବା ପରେ ଏହାକୁ ୨୦୧୭ ଅଗଷ୍ଟ ୧ ତାରିଖରେ ଲୋକସଭାକୁ ଫେରାଇ ଦିଆଯାଇଥିଲା । ଆଜି ଗୃହରେ ଏହା ଉପରେ ସରଗରମ ଆଲୋଚନା ହୋଇଥିଲା

- Advertisement -

ଆଲୋଚନାରେ ଭାଗ ନେଇ ଟିଏମ୍‍ସିର କଲ୍ୟାଣ ବାନାର୍ଜୀ ଏହି ବିଲ୍‍କୁ ସ୍ୱାଗତ କରି କହିଥିଲେ କମିଶନ୍‍ରେ ପଛୁଆବର୍ଗର ଅଧ୍ୟକ୍ଷ ଓ ସଦସ୍ୟମାନେ ଯେଭଳି ରହିବେ ସେଥିପ୍ରତି କେନ୍ଦ୍ର ସରକାର ଉପଯୁକ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଓବିସି ପିଲାମାନଙ୍କ ବୃତ୍ତି ପ୍ରସଙ୍ଗ ଉଠାଇ ଶ୍ରୀ ବାନାର୍ଜୀ କହିଛନ୍ତି, ଏନ୍‍ଡିଏ ସରକାର ଏହି ବୃତ୍ତି ପରିମାଣ ହ୍ରାସ କରିଦେଇଛନ୍ତି । ବିଜେଡ଼ିର ଭର୍ତ୍ତୃହରି ମହତାବ ଓ ଟିଆର୍‍ଏସ୍‍ର ବି.ଏନ୍‍. ଗୌଡ଼ ଏହି ବିଲ୍‍ ପ୍ରତି ସମର୍ଥନ ଜଣାଇଛନ୍ତି। ବିଜେପି ସଦସ୍ୟ ନିତ୍ୟାନନ୍ଦ ରାଇ ଓବିସି ସଂପ୍ରଦାୟ ପ୍ରତି କଂଗ୍ରେସ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି। ଏହି ବିଲ୍‍ ପାସ୍‍ କରାଇବାରେ କଂଗ୍ରେସ ବିଳମ୍ବ କରୁଛି ବୋଲି ସେ କହିଛନ୍ତି। ଟି.ଡି.ପି. ନେତା ରାମମୋହନ ନାଇଡୁ ଜାତିଭିତ୍ତିକ ଜନଗଣନା ସରକାରୀ ୱବ୍‍ସାଇଟ୍‍ରେ ପ୍ରକାଶ କରିବା ପାଇଁ ଦାବି କରିଛନ୍ତି ।

ଦୀର୍ଘ ସମୟ ଆଲୋଚନା ପରେ ବିଲ୍ ଗୃହର ଅନୁମୋଦନ ଲାଭ କରିଛି। ଏବେ ଏହା ଅଧିକ ସକ୍ଷମ ଓ ସାମ୍ବିଧାନିକ ପରିସରକୁ ଆସଯାଇଛି ବୋଲି ଶ୍ରୀ ଗେହେଲଟ କହିଛନ୍ତି।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories