www.samajalive.in
Monday, December 15, 2025
14.1 C
Bhubaneswar

ଶେଷ ବଲ୍‌ରେ ଆର୍‌ସିବିର ରୋମାଞ୍ଚକର ବିଜୟ

ବାଙ୍ଗାଲୋର : ରବିବାର ଚଳିତ  ଆଇପିଏଲ୍‌ରେ ୨ୟ ମ୍ୟାଚ୍‌ର ରୋମାଞ୍ଚକର ପରିସମାପ୍ତି ଘଟିଛି। ଧୋନିଙ୍କ ଧମାକା ଇନିଂସ ସତ୍ତ୍ବେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ଶେଷ ବଲ୍‌ରେ ମାତ୍ର ୧ ରନ୍‌ରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଶେଷ ଓଭରରେ ୨୬ ଏବଂ ଶେଷ ବଲ୍‌ରେ ୨ ରନ୍ ଆବଶ୍ୟକ ଥିବା ବେଳେ ସିଏସ୍‌କେର ବ୍ୟାଟ୍‌ସମ୍ୟାନ୍ ରନ୍‌ଆଉଟ ହୋଇ ଯାଇଥିଲେ। ପାର୍ଥିବ ପଟେଲଙ୍କ ଦର୍ଶନୀୟ ଅର୍ଦ୍ଧଶତକ ବଳରେ ଆର୍‌ସିବି ୭ ୱିକେଟରେ ୧୬୧ ରନ୍ କରିଥିଲା। ପରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯୟ ଭୋଗିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ବଳରେ ୮ ୱିକେଟରେ ୧୬୦ ରନ୍ କରି ପାରିଥିଲା। ୧୦ମ ମ୍ୟାଚ୍‌ରେ ୩ୟ ବିଜୟ ହାସଲ କରିଛି ଆର୍‌ସିବି। ସିଏସ୍‌କେ ୧୦ମ ମ୍ୟାଚ୍‌ରେ ୩ୟ ପରାଜୟ ପରେ ମଧ୍ୟ ଶୀର୍ଷରେ ରହିଛି।
ବିପର୍ଯ୍ୟୟ ସହ ଚେନ୍ନଇ ସୁପର କିଙ୍ଗ୍‌ସ ୧୬୨ ରନ୍‌ ବିଜୟଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ପ୍ରଥମ ଓଭରରେ ଡେଲ୍ ​‌େ​‌ଷ୍ଟନ୍ ଚେନ୍ନଇ ଓପ୍‌ନର ସେନ୍ ୱାଟ୍‌ସନ (୫) ଓ ସୁରେଶ ରୈନାଙ୍କୁ ଆଉଟ କରି ଦେଇଥିଲେ। ପରେ ସାଥୀ ପେସ୍ ବୋଲର ଉମେଶ ଯାଦବ ଜଲ୍‌ଦି ଆଉ ୨ଟି ୱିକେଟ ନେଇ ଯାଇଥିଲେ। ଫାଫ୍ ଡୁ ପ୍ଲେସି ୫ ରନ୍‌କରି ବିଦାୟ ନେଇଥିଲେ। ୬ଷ୍ଠ ଓଭରରେ କେଦାର ଯାଦବ ୨ଟି ଚୌକା ସହ ୯ ରନ୍‌କରି ଉମେଶଙ୍କ ୨ୟ ଶିକାର ହୋଇଥିଲେ। ୬ ଓଭରର ପାୱରପ୍ଲେ ଶେଷରେ ସିଏସ୍‌କେ ୪ ୱିକେଟରେ ୩୨ ରନ୍ କରିଥିଲା। ପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଅମ୍ବତି ରାୟୁଡୁ ସ୍କୋର୍‌କୁ ଧିରେସୁସ୍ଥେ ଆଗେଇ ନେଇଥିଲେ। ଦୁହେଁ ୭ ଓଭରରେ ୫୫ ରନ୍ ଯୋଡ଼ିଥିଲେ। ରାୟୁଡୁ ୨୯ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୯ ରନ୍‌କରି ଆଉଟ ହୋଇ ଯାଇଥିଲେ। ପରେ ରବୀନ୍ଦ୍ର ଜାଡ଼େଜା ୧୧ ରନ୍‌କରି ରନ୍‌ଆଉଟ ହୋଇଥିଲେ। ଶେଷ ୩ ଓଭରରୁ ଚେନ୍ନଇ ୪୯ ରନ୍ ଆବଶ୍ୟକ କରୁଥିଲା। ଡ୍ବେନ୍ ବ୍ରାଭୋ ୫ ରନ୍‌କରି ଆଉଟ ହୋଇଥିଲେ। ଶେଷ ଓଭରରେ ୨୬ ରନ୍ ଆବଶ୍ୟକ ଥିଲା। ଉମେଶ ଯାଦବ ବୋଲିଂ କରିଥିବା ଏହି ଓଭରର ପ୍ରଥମ ୫ଟି ବଲ୍‌ରେ ଧୋନି ୪, ୬, ୬, ୨, ୬ ମାରିବା ପରେ ଶେଷ ବଲ୍‌ରେ ୨ ରନ୍ ଆବଶ୍ୟକ ଥିଲା। ୧ ରନ୍ ବାଇ ନେବା ପ୍ରୟାସରେ ସାର୍ଦ୍ଦୁଲ ଠାକୁର ରନ୍‌ଆଉଟ ହୋଇ ଯାଇଥିଲେ। ଧୋନି ୪୮ ବଲ୍‌ରୁ ୭ଟି ଛକା ଓ ୫ଟି ଚୌକା ସହ ୮୪ ରନ୍‌କରି ଅପରାଜିତ ଥିଲେ। ଷ୍ଟେନ୍ ଓ ଉମେଶ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥି
ଟେବୁଲ ଶୀର୍ଷରେ ଥିବା ଚେନ୍ନଇ ସୁପର କିଙ୍ଗ୍‌ସ ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। ଅଧିନାୟକ ବିରାଟ କୋହଲି ୨ଟି ଚୌକା ସହ ୯ ରନ୍‌କରି ପ୍ରଥମେ ଆଉଟ ହୋଇଥିଲେ। ପରେ ପାର୍ଥିବ ପଟେଲ ଓ ଏବି ଡି’ଭିଲିଅର୍ସ ଦ୍ରୁତଗତିରେ ୪୭ ରନ୍‌ର ଭାଗିଦାରୀ କରିଥିଲେ। ଆକର୍ଷଣୀୟ ବ୍ୟାଟିଂ କରିଥିବା ଡି’ଭିଲିଅର୍ସ ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୫ ରନ୍‌କରି ବିଦାୟ ନେଇଥିଲେ। ପରେ ଯୁବ ବ୍ୟାଟ୍‌ସମ୍ୟାନ ଅକ୍ଷଦୀପ ନାଥଙ୍କ ସହ ପାର୍ଥିବ ୬ ଓଭରରେ ୪୧ ରନ୍ ଯୋଗ କରିଥିଲେ। ଅକ୍ଷଦୀପ ୨୦ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍ କରିଥିଲେ। ୧୬ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିବା ବାମହାତି ପାର୍ଥିବ ପଟେଲ ଆକ୍ରମଣାତ୍ମକ ଇନିଂସ ଖେଳି ୩୭ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୫୩ ରନ୍ କରିଥିଲେ। ମାର୍କସ ​‌େ​‌ଷ୍ଟାଇନିସ୍ ୧୩ ବଲ୍‌ରୁ ୧୪ ରନ୍ କରି ପାରିଥିଲେ। ମୋଇନ୍ ଅଲୀ ଚମତ୍କାର ବ୍ୟାଟିଂକରି ୧୬ ବଲ୍‌ରୁ ୫ଟି ଚୌକା ସହ ୨୬ ରନ୍ କରିଥିଲେ। ଦୀପକ ଚହର, ରବୀନ୍ଦ୍ର ଜାଡ଼େଜା ଓ ଡ୍ବେନ୍ ବ୍ରାଭୋ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories