www.samajalive.in
Monday, December 15, 2025
17.1 C
Bhubaneswar

ବାଙ୍ଗାଲୋରର ପ୍ରଥମ ବିଜୟ : ଡି’ଭିଲିଅର୍ସ ପ୍ଲେୟର ଅଫ୍ ଦି ମ୍ୟାଚ୍

ମୋହାଲି : ଚଳିତ ଆଇପିଏଲ୍‌ରେ କ୍ରମାଗତ ୬ଟି ମ୍ୟାଚ୍ ହାରିବା ପରେ ଶନିବାର ପ୍ରଥମ ବିଜୟ ହାସଲ କରିଛି ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ଆର୍‌ସିବିକୁ ଏହି ବିଜୟ ଦେଇଛନ୍ତି ଦଳର ଦୁଇ ସୁପରଷ୍ଟାର ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ। ଉଭୟଙ୍କ ଅର୍ଦ୍ଧଶତକ ବଳରେ ଆର୍‌ସିବି ୮ ୱିକେଟରେ ବିଜୟୀ ହୋଇଛି। କ୍ରିସ୍ ଗେଲ୍‌ଙ୍କ ଅପରାଜିତ ୯୯ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ ୪ ୱିକେଟ ହରାଇ ୧୭୩ ରନ୍ କରିଥିଲା। ପରେ କୋହଲି-ଡି’ଭିଲିଅର୍ସ ପ୍ରହାର ଯୋଗୁଁ ୪ଟି ବଲ୍‌ ବାକିଥାଇ ୨ ୱିକେଟ ହରାଇ ଆର୍‌ସିବି ଜିତିଥିଲା। ଏହି ବିଜୟ ସହ ଆର୍‌ସିବି ପଏଣ୍ଟ ଖାତା ଖୋଲିପାରିଛି। ୮ମ ମ୍ୟାଚ୍‌ରେ ପଞ୍ଜାବ ୪ର୍ଥ ପରାଜୟ ବରଣ କରିଛି।
୧୭୪ ରନ୍ ଲକ୍ଷ୍ୟ ନେଇ ବିସ୍ଫୋରକ ଢଙ୍ଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଇ ଇନିଂସ ଆରମ୍ଭ କରିଥିଲା। ୩ ଓଭରରେ ଆର୍‌ସିବି ୩୬ ରନ୍‌ରେ ପହଞ୍ଚିବା ପରେ ୪ର୍ଥ ଓଭରରେ ପାର୍ଥିବ ପଟେଲ ଆଉଟ ହୋଇ ଯାଇଥିଲେ। ଏହି ବାମହାତି ୯ ବଲ୍‌ରୁ ୪ଟି ଚୌକା ସହ ୧୯ ରନ୍ କରିଥିଲେ। ପରେ ବିରାଟ କୋହଲି ଓ ଏବି ଡି’ଭିଲିଅର୍ସ ସହଜରେ ଷ୍ଟ୍ରୋକ୍‌ ଖେଳି ଚାଲିଥିଲେ ଏବଂ ଆବଶ୍ୟକ ରନ୍‌ହାରଠାରୁ ଅଧିକ ଗତିରେ ସ୍କୋର୍ କରିଥିଲେ। ତେବେ ସ୍ପିନର ଏମ୍. ଅଶ୍ବିନ ଚମତ୍କାର ବୋଲିଂ କରିବାରୁ ମଝି ଓଭରରେ ଆର୍‌ସିବି ଟିକେ ଧିମେଇ ଯାଇଥିଲା। ୨ୟ ୱିକେଟ ପାଇଁ କୋହଲି ଓ ଡି’ଭିଲିଅର୍ସ ୮୫ ରନ୍ ଯୋଗ କରିଥିଲେ। ଅଧିନାୟକ କୋହଲି ୫୩ ବଲ୍‌ରୁ ୮ଟି ଚୌକା ସହ ୬୭ ରନ୍‌କରି ଆଉଟ ହୋଇ ଯାଇଥିଲେ। ଶେଷ ୩ ଓଭରରୁ ୩୮ ରନ୍ ଆବଶ୍ୟକ ଥିବା ବେଳେ ଡି’ଭିଲିଅର୍ସଙ୍କ ପ୍ରହାର ଯୋଗୁଁ ୨ ଓଭରରୁ ୩୨ ରନ୍ ଆସିଥିଲା। ଡି’ଭିଲିଅର୍ସ ଓ ମାର୍କସ ​‌େ‌ଷ୍ଟାଇନିସ୍ ଦଳକୁ ବିଜୟଲକ୍ଷ୍ୟ ପହଞ୍ଚାଇଥିଲେ। ଡି’ଭିଲିଅର୍ସ ୩୮ ବଲ୍‌ରୁ ୨ଟି ଛକା ଓ ୫ଟି ଚୌକା ସହ ୫୯ ରନ୍‌ରେ ଏବଂ ଷ୍ଟୋଇନିସ୍ ୧୬ ବଲ୍‌ରୁ ୪ଟି ଚୌକା ସହ ୨୮ ରନ୍‌କରି ଅପରାଜିତ ଥିଲେ। ଡି’ଭିଲିଅର୍ସ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫିଲ୍‌ଡିଂ ନେବା ପରେ ପଞ୍ଜାବର ଓପ୍‌ନର ପାୱର ପ୍ଲେରେ ଚମତ୍କାର ବ୍ୟାଟିଂ କରିଥିଲେ। କ୍ରିସ୍ ଗେଲ୍ ଓ କେ.ଏଲ୍‌. ରାହୁଲ ୬ ଓଭର ରେ ୬୦ ରନ୍ କରିଥିଲେ। ୬ଷ୍ଠ ଓଭର ବୋଲିଂ କରିଥିବା ମହମ୍ମଦ ସିରାଜ୍‌ଙ୍କୁ ଗେଲ୍‌ ୨୪ ରନ୍ ମାରିଥିଲେ। ରାହୁଲ ୧୫ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୮ ରନ୍‌କରି ଆଉଟ ହୋଇଥିଲେ। ପରେ ମୟଙ୍କ ଅଗ୍ରୱାଲ ୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍ କରିଥିଲେ। ସର୍ଫରାଜ ଖାଁ ୧୩ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୫ ରନ୍ କରିଥିଲେ। ଏହିପରି ପଞ୍ଜାବ ମଧ୍ୟକ୍ରରେ ନିୟମିତ ୱିକେଟ ହରାଇବାରୁ ଏହାର ରନ୍‌ଗତି ଧିମେଇ ଯାଇଥିଲା। ସାମ୍ କରନ୍ ୧ ରନ୍ କରିଥିଲେ। ଶେଷ ୨ ଓଭରରୁ ପଞ୍ଜାବ ୨୭ ରନ୍ ନେଇ ପାରିଥିଲା। ମନଦୀପ ସିଂହ ୧୬ ବଲ୍‌ରୁ ଗୋଟିଏ ଚୌକା ସହ ୧୮ ରନ୍‌କରି ଅପରାଜିତ ଥିଲେ। ମାତ୍ର ଗୋଟିଏ ରନ୍‌ ପାଇଁ ଶତକରେ ପହଞ୍ଚି ପାରିନଥିବା କ୍ରିସ୍ ଗେଲ୍‌ ୬୪ ବଲ୍‌ରୁ ୫ଟି ଛକା ଓ ୧୦ଟି ଚୌକା ସହ ୯୯ ରନ୍‌କରି ଅପରାଜିତ ଥିଲେ। ଚଳିତ ଆଇପିଏଲ୍‌ରେ ଏହା ଗେଲ୍‌ଙ୍କ ୩ୟ ଅର୍ଦ୍ଧଶତକ। ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ନେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories