www.samajalive.in
Saturday, December 13, 2025
27.1 C
Bhubaneswar

ମୋବାଇଲ ଆପ୍‌ ଆଣିବ ରିଜର୍ଭ ବ୍ୟାଙ୍କ;ଦୃଷ୍ଟିହୀନ ଚିହ୍ନିବେ ନୋଟ୍‌

ନୂଆଦିଲ୍ଲୀ : ନଗଦବିଶିଷ୍ଟ ଅର୍ଥନୀତିରେ ଦୃଷ୍ଟିହୀନମାନେ କିଭଳି ନୋଟ୍ ଚିହ୍ନିବେ, ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ । ୧୦୦ ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟର ନୋଟ୍‌ରେ ଇନ୍‌ଟ୍ୟାଗ୍‌ଲିଓ ପ୍ରିଣ୍ଟିଂ ଭିତ୍ତିକ ଚିହ୍ନଟ କରିବାର ସଙ୍କେତ ରହିଛି । ୨୦୧୬ ନଭେମ୍ବର ପରଠାରୁ ବଡ଼ ମୂଲ୍ୟର ବ୍ୟାଙ୍କ ନୋଟ୍‌ ଆସିବା ପରେ ଏହାକୁ ଚିହ୍ନଟ କରିବା ଏବେ ଦୃଷ୍ଟିହୀନଙ୍କ ପାଇଁ ସମସ୍ୟା ହୋଇଛି । ଏଭଳି ସ୍ଥଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦୃଷ୍ଟିହୀନଙ୍କ ପାଇଁ ନୋଟ୍‌ ଚିହ୍ନିବା ଲାଗି ମୋବାଇଲ ଆପ୍‌ ଆଣିବାକୁ ଯୋଜନା କରିଛି । ଏହି ​ଆପ୍‌ର ବିକାଶ ନିମନ୍ତେ କେନ୍ଦ୍ରୀୟ ବ୍ୟାଙ୍କ ଜଣେ ଭେଣ୍ଡର ଅନୁସନ୍ଧାନରେ ରହିଛି । ପ୍ରସ୍ତାବିତ ଆପ୍‌ ମହାତ୍ମା ଗାନ୍ଧୀ ସିରିଜ୍‌, ନୂଆ ମହାତ୍ମାଗାନ୍ଧୀ ସିରିଜ୍‌ ​‌​‌ନୋଟ୍‌କୁ ଚିହ୍ନଟ କରିପାରିବ । ଏଥିରେ ଦୃଷ୍ଟିହୀନ ମୋବାଇଲର ସମ୍ମୁଖ କ୍ୟାମେରାରେ ନୋଟ୍‌ ଛବି ନେଇ ନୋଟ୍‌କୁ ଚିହ୍ନିବେ । ଆର୍‌ବିଆଇ ପକ୍ଷରୁ ​‌ଟେକ୍ନୋଲୋଜି କମ୍ପାନୀଗୁଡିକ ନିକଟରୁ ଆପ୍‌ର ବିକାଶ ନେଇ ଟେଣ୍ଡର ଆହ୍ବାନ ହୋଇଛି। ଯଦି ନୋଟ୍‌ର ଛବି ସଠିକ୍‌ ଭାବେ ନିଆଯାଇ ଥାଏ, ତା’ହେଲେ ଏହା କେତେ ଟଙ୍କାର ନୋଟ୍‌, ସେନେଇ ବ୍ୟବହାରକାରୀଙ୍କ ନିକଟକୁ ଅଡିଓ ସୂଚନା ଯିବ। ଛବିଟିକୁ କ୍ୟାମେରା ଭଲ ଭାବେ ନେଇ ପାରୁ ନ ଥିଲେ ବ୍ୟବହାରକାରୀଙ୍କ ନିକଟକୁ ପୁନର୍ବାର ଚେଷ୍ଟ କରିବାକୁ ସୂଚନା ଯିବ ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories