www.samajalive.in
Friday, December 5, 2025
20.1 C
Bhubaneswar

ରେପୋ ରେଟ ହ୍ରାସ, ବିକାଶ ଦର ୭.୪ପ୍ରତିଶତ ରହିବ : ଆରବିଆଇ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଗୁରୁବାର ଏହାର ଷଷ୍ଠ ଦ୍ୱିମାସିକ ଆର୍ଥିକ ନୀତି ସମୀକ୍ଷା ଘୋଷଣା କରି ଏକ ବଡ଼ ଉପହାର ଦେଇଛି। ରେପୋ ରେଟରେ ୦.୨୫ ବେସିସ ପଏଣ୍ଟ ହ୍ରାସ କରିଛି । ଏବେ ରେପୋ ରେଟ ୬.୨୫ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ ୬ ପ୍ରତିଶତ ହୋଇ ଯାଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କାର୍ଯ୍ୟଭାର ଗ୍ରହଣ କରିବା ଓ ମଧ୍ୟବର୍ତ୍ତୀକାଳୀନ ବଜେଟ୍‍ ପରେ ଏହା ହେଉଛି ପ୍ରଥମ ନୀତି ସମୀକ୍ଷା ଘୋଷଣା। ଭାରତୀୟ ରିଜର୍ଭ ବ୍ୟାଙ୍କର ତିନିଦିନିଆ ଆର୍ଥିକ ନୀତି କମିଟି ବୈଠକ ମୁମ୍ବାଇଠାରେ ଗତ ମଙ୍ଗଳବାର ଆରମ୍ଭ ହୋଇଥିଲା। ବୈଠକ ପରେ ଏହି ଘୋଷଣା କରାଯାଇଛି। ପୂର୍ବରୁ ୨୦୧୭ ଅଗଷ୍ଟରେ ଆରବିଆଇ ରେପୋ ରେଟ ହ୍ରାସ କରିଥିଲା। ବିଗତ ୪ ମାସ ଧରି ରୋ​ପୋ ରେଟ ସ୍ଥିର ରହିଥିଲା।
ଅନ୍ୟପକ୍ଷରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ୨୦୧୯-୨୦ରେ ଦେଶର ବିକାଶ ଦର ୭.୪ ପ୍ରତିଶତ ରହିବା ଅନୁମାନ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories