www.samajalive.in
Saturday, December 6, 2025
17.1 C
Bhubaneswar

ମେଘାଳୟରୁ ଫେରିଲେ ଓଡିଶା ଅଗ୍ନିଶମ ବାହିନୀ

ଭୁବନେଶ୍ୱର: ମେଘାଳୟର ଏକ କୋଇଲା ଖଣିରେ ଫସି ରହିଥିବା ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିବାକୁ ଯାଇଥିବା ଓଡିଶା ଅଗ୍ନିଶମ ବାହିନୀ ଫେରିଛନ୍ତି । ସେଠାରେ ଶୂନ ଡିଗ୍ରୀରେ ଉଦ୍ଧାରକାର୍ଯ୍ୟ ସହ ବାୟୁସେନା ଓ ନୌସେନା ସହ କାମ କରିବାର ଅଭିଜ୍ଞତା ହାସଲ ହୋଇଛି ବୋଲି ଟିମ୍ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଗତ ଡିସେମ୍ବର ୧୩ ତାରିଖରେ ମେଘାଳୟର ପୂର୍ବ ଜଇନ୍ତିଆ ପର୍ବତମାଳାରେ ଥିବା ଏକ କୋଇଲା ଖଣିରେ କୋଇଲା ଉତ୍ତୋଳନ ବେଳେ ଦୁର୍ଘଟଣା ଘଟିଥିଲା । କୋଇଲା ଖଣି ମଧ୍ୟରେ ପାଣି ଭର୍ତ୍ତି ହୋଇ ଥିବାରୁ ୧୫ ଜଣ ଶ୍ରମିକ ସେଠାରେ ଫସି ରହିଥିଲେ । ସେମାନଙ୍କ ମୃତଦେହ ଉଦ୍ଧାର ପାଇଁ ଡିସେମ୍ବର ୨୮ ତାରିଖରେ ଚିଫ୍ ଫାୟାର ଅଫିସର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଓଡିଶାରୁ ଅଗ୍ନିଶମ ବାହିନୀର ଏକ ଟିମ୍ ମେଘାଳୟ ଅଭିମୁଖେ ଯାତ୍ରା କରିଥିଲା ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories