www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର କ୍ଷେପଣାସ୍ତ୍ର ଦେବ ଆମେରିକା

ୱାସିଂଟନ: ଆମେରିକା ପ୍ରଥମ ଥର ପାଇଁ ଭାରତକୁ ମିସାଇଲ ଡିଫେନ୍ସ ସିଷ୍ଟମ ବିକ୍ରି କରିବାକୁ ରାଜି ହୋଇଛି। ୧୯୦ମିଲିୟନ ଡଲାର(୧୩୬୦କୋଟି ଟଙ୍କା)ର ଏହି ଚୁକ୍ତିରେ ଆମେରିକାର ରକ୍ଷା ବିଭାଗ ପେଣ୍ଟାଗନ ଭାରତର ଏୟାର ଇଣ୍ଡିଆ ୱାନକୁ ଦୁଇଟି ମିସାଇଲ ଡିଫେନ୍ସ ସିଷ୍ଟମ ପ୍ରଦାନ କରିବ। ଏୟାର ଇଣ୍ଡିଆ ୱାନ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଆକାଶ ମାର୍ଗରେ ସୁରକ୍ଷା ପ୍ରଦାନ କରୁଥିବା ବିମାନର ନାମ। ଟ୍ରମ୍ପ ପ୍ରଶାସନ ବୁଧବାର ଆମେରିକା କଂଗ୍ରେସ ସଂସଦରେ ଭାରତ ସହ ଏହି ଚୁକ୍ତିକୁ ଅନୁମୋଦିତ କରିଛନ୍ତି। ତେଣୁ ଆମେରିକା ଖୁବ ଶୀଘ୍ର ଭାରତକୁ ଦୁଇଟି ମିସାଇଲ ଡିଫେନ୍ସ ସିଷ୍ଟମ ପ୍ରଦାନ କରିବ। ନିକଟ ଦିନରେ ଭାରତ ଆମେରିକାଠାରୁ ଏହି ଦୁଇ କ୍ଷେପଣାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଥିଲା। ଏଭଳି ଡିଲ ଦ୍ୱାରା ଉଭୟ ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ଅଧିକ ନିବିଡ଼ ହେବ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories