ଦାମ୍ପତ୍ୟ ଜୀବନ ସୁଖମୟ କରିବାର ଉପାୟ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଓ ବୃହସ୍ପତି ଦୁର୍ବଳ ହେବା ଦ୍ୱାରା ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ। ବହୁ ସମୟରେ ଜାଣତରେ ଅଜାଣତରେ ଆମ ଦ୍ୱାରା ଛୋଟ ଛୋଟ ଭୁଲ ହୋଇଯାଇଥାଏ। ଏହାର ପ୍ରଭାବ ଦାମ୍ପତ୍ୟ ଜୀବନ ଉପରେ ପଡ଼ିଥାଏ। କିଛି ଉପାୟ ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ। ଜାଣନ୍ତୁ ତାହା କ’ଣ….
ପ୍ରତି ଶୁକ୍ରବାର ସ୍ୱାମୀସ୍ତ୍ରୀ ଏକାଠି ଫୁଲ କିଣିବା ଉଚିତ। ଭ୍ରମଣରେ ମଧ୍ୟ ଯାଆନ୍ତୁ।
କେବଳ ଗୋଲାପ କିମ୍ବା ଧଳା ରଙ୍ଗର ଫୁଲ କିଣନ୍ତୁ। ।
ଶୟନ କକ୍ଷରେ ସର୍ବଦା ପୂର୍ବ ଦିଗକୁ ମୁହଁ କରି ଶୁଅନ୍ତୁ।
ଶୟନ କକ୍ଷରେ ଦେବାଦେବୀଙ୍କ ଫଟୋ ରଖନ୍ତୁ ନାହିଁ।
ଶୁକ୍ରବାର ଦିନ ସୁଗନ୍ଧିତ ଅତରକୁ ମା’ ଲକ୍ଷ୍ମୀ ନାରାୟଣକୁ ଅର୍ପଣ କରି ତାହାକୁ ନିଜେ ବ୍ୟବହାର କରନ୍ତୁ।
ଦାମ୍ପତ୍ୟ ଜୀବନ ସୁଖମୟ କରିବାର ଉପାୟ –
ଶୁକ୍ରବାର ଦିନ ମା’ ଲକ୍ଷ୍ମୀ କିମ୍ବା ମା’ଦୁର୍ଗାଙ୍କୁ ଧଳା ରଙ୍ଗର ମିଠା ଭୋଗ କରନ୍ତୁ।
ଏହାପରେ ସେହି ଭୋଗକୁ ସ୍ୱାମୀ ସ୍ତ୍ରୀ ଖାଆନ୍ତୁ।
ଶୁକ୍ରବାର ଦିନ ଖଟା ଜାତୀୟ ଦ୍ରବ୍ୟ ଖାଆନ୍ତୁ ନାହିଁ।
ପତ୍ନୀ ନିଜ ବାପ ଘରୁ ଆଣିଥିବା ଖଟକୁ ଶୋଇବା ପାଇଁ ବ୍ୟବହାର କରିବା ଉଚିତ। ଶାଶୁ ଘରର ଖଟ ବ୍ୟବହାର କରନ୍ତୁ ନାହିଁ।
ସ୍ୱାମୀ ସ୍ତ୍ରୀ ସର୍ବଦା ସୁନା କିମ୍ବା ରୂପାର ଯେକୌଣସି ଅଳଙ୍କାର ଧାରଣ କରନ୍ତୁ।