www.samajalive.in
Monday, December 15, 2025
14.1 C
Bhubaneswar

ଆର୍‍ବିଆଇ ମୁଦ୍ରାନୀତି ସମୀକ୍ଷା ବୈଠକ ; ପୁଣି କମିପାରେ ସୁଧହାର

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଆର୍‍ବିିଆଇର ମୁଦ୍ରାନୀତି କମିଟି ବୈଠକ(ଏମ୍‍ପିସି)। ଶୁକ୍ରବାର ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ଉପରେ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛି ା ଏହା ଫଳରେ ପୁଣି ଥରେ କମିବ ସୁଧହାର। ଆର୍‌ବିଆଇର ଏହି ନିଷ୍ପତ୍ତିକୁ ଷ୍ଟକ ବଜାର ଓ ଶିଳ୍ପ ସହ ଜଡିତ ଅଂଶୀଦାରମାନେ ଏବେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ସମ୍ପ୍ରତ୍ତି ଦେଶରେ ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟୁଥିବା ଦୃଷ୍ଟିରୁ ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧହାରରେ ଅତିକମ୍‍ରେ ୦.୨୫% ହ୍ରାସ ଘଟାଇବା ଆଶା କରାଯାଉଛି। ଯଦି ଏହା ହୁଏ ତେବେ ଚଳିତବର୍ଷ ୫ମ ଥର ପାଇଁ ସୁଧହାରରେ ଏହା ହେବ ଅନ୍ୟତମ ହ୍ରାସ।
ବ୍ୟାଙ୍କଗୁଡିକର ଆଶା ହେଉଛି ରିଜର୍ଭ ବ୍ୟାଙ୍କ ଋଣ ସୁଧହାର ଅତିକମରେ ୦.୨୫%କୁ ହ୍ରାସ ଘଟାଇବ। ଫଳରେ ସୁଧହାର ୫.୧୫%ରେ ପହଞ୍ଚିବ। ଯଦି ପୁନର୍ବାର ସୁଧହାରରେ ଏହି ହ୍ରାସ ହୁଏ ତେବେ ଏହାକୁ ମିଶାଇଲେ ଚଳିତବର୍ଷ ରିଜର୍ଭ ବ୍ୟାଙ୍କ ଦ୍ବାରା ସୁଧହାରରେ ମୋଟ ୧୩୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଦେଶର ଅଧିକାଂଶ ଆର୍ଥିକ ବିଶେଷଜ୍ଞ କରିଥିବା ଆକଳନ ଅନୁଯାୟୀ, ଆସନ୍ତା ଡିସେମ୍ବରରେ ହେବାକୁ ଥିବା ସମୀକ୍ଷା ସମୟରେ ମଧ୍ୟ ରିଜର୍ଭ ବ୍ୟାଙ୍କ ସୁଧହାରରେ ୧୫ ବେସିସ୍‌ ପଏଣ୍ଟ ହ୍ରାସ ଘଟାଇପାରେ। ଏ ସମ୍ପର୍କରେ ୟଶ ବ୍ୟାଙ୍କର ଅର୍ଥନୀତିଜ୍ଞ ୟୁଭିକା ଓବରେଇଙ୍କ କହିବାନୁଯାୟୀ, ସମ୍ପ୍ରତି ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିବାରେ ଲାଗିଛି।​‌ ଆମର ଆଶା ରିଜର୍ଭ ବ୍ୟାଙ୍କ ଅଭିବୃଦ୍ଧିକୁ ସମର୍ଥନ ପୂର୍ବକ ଚଳିତଥର ସୁଧହାରରେ ୪୦ ବେସିସ୍‌ ପଏଣ୍ଟ ହ୍ରାସ ବିକଳ୍ପ ଗ୍ରହଣ କରିପାରେ ା

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories