www.samajalive.in
Saturday, December 6, 2025
26.1 C
Bhubaneswar

ଆରବିଆଇକୁ ବୋମାରେ ଉଡାଇବାକୁ ଧମକ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିବା ନେଇ ଶୁକ୍ରବାର ଖବର ସାମ୍ନାକୁ ଆସିଛି । ଏଥିରେ ଆରବିଆଇର ମୁମ୍ବାଇ କାର୍ଯ୍ୟାଳୟକୁ ବୋମାରେ ଉଡାଇଦେବାକୁ ଧମକ ଦିଆଯାଇଛି । ଧମକପୂର୍ଣ୍ଣ ବାର୍ତ୍ତା ଆରବିଆଇ ଅଫିସିଆଲ ଇମେଲ ଆଇଡିକୁ ଆସିଛି । ଧମକ ରୁଷୀୟ ଭାଷାରେ ଆସିଥିବା ଜଣାପଡିଛି । ଏହି ଧମକପୂର୍ଣ୍ଣ ବାର୍ତ୍ତା ବିଷୟରେ ଖବର ମିଳିବା ପରେ ମୁମ୍ବାଇ ପୁଲିସ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ଅନୁଯାୟୀ ବାର୍ତ୍ତା ପଠାଇଥିବା ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିବା ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଗତ ମାସରେ ମଧ୍ୟ ଆରିବିଆଇକୁ ଏଭଳି ହିଁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା । ଧମକ ଦେଇଥିବା ଅଭିଯୁକ୍ତ ନିଜକୁ ଲସ୍କର-ଏ-ତୋଇବା ବୋଲି ପରିଚୟ ଦେଇଥିଲା ।

ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

- Advertisement -

ସୂଚନାନୁଯାୟୀ,ଆରବିଆଇର ନୂତନ ଗଭର୍ଣ୍ଣର ଭାବେ ସଞ୍ଜୟ ମାଲହୋତ୍ରା ରିଜର୍ଭ ବ୍ୟାଙ୍କର ୨୬ ତମ ଗଭର୍ଣ୍ଣର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହି ପଦବୀରେ ଦୀର୍ଘ ୬ ବର୍ଷ ଧରି କାର୍ଯ୍ୟ କରିଥିବା ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କ୍ୟାବିନେଟର ନିଯୁକ୍ତି କମିଟି ଦ୍ୱାରା ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଧିକାରୀ ମାଲହୋତ୍ରାଙ୍କୁ ଆରବିଆଇର ନୂତନ ଗଭର୍ଣ୍ଣର ଭାବେ ମନୋନୀତ କରାଯାଇଥିଲା।

ଦେଖନ୍ତୁ ଭିଡିଓ; ଏମିତି ଶିକାର କରେ ବାଘ, ଆଖି ପିଛୁଳାକେ..

ସେହିପରି ଇମେଲ ଜରିଆରେ କୈଳାସ ପୂର୍ବର ଦିଲ୍ଲୀ ପବ୍ଲିକ୍ ସ୍କୁଲ, ମୟୁର ବିହାରର ସାଲଓ୍ବାନ୍ ପବ୍ଲିକ୍ ସ୍କୁଲ ଏବଂ ଶ୍ରୀନିବାସ ପୁରୀର କେମ୍ବ୍ରିଜ୍ ସ୍କୁଲକୁ ବୋମା ଧମକ ମିଳିଛି। ବୋମା ଧମକ ମିଳିବା ପରେ ପୁଲିସ୍ ଛାନଭିନ୍ ଆରମ୍ଭ କରିଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅଭିଭାବକ ମାନଙ୍କୁ ସେମାନଙ୍କ ପିଲାଙ୍କୁ ସ୍କୁଲ ନ ପଠାଇବାକୁ ବାର୍ତ୍ତା ପଠାଇଛନ୍ତି । ସ୍କୁଲ ପରିସରରୁ ଏ ଯାଏଁ କୌଣସି ବିସ୍ଫୋରକ ମିଳିନାହିଁ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories