www.samajalive.in
Wednesday, December 10, 2025
14.1 C
Bhubaneswar

ଆରବିଆଇ ଜାରି କଲା ଯୋଜନା; ୟେସ୍‌ ବ୍ୟାଙ୍କର ୪୯% ଅଂଶଧନ କିଣିବ ଏସବିଆଇ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ଦେବାଳିଆ ସ୍ଥିତିରେ ରହିଥିବା ୟେସ୍‌ ବ୍ୟାଙ୍କ ସମସ୍ୟାରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶନିବାର ଏକ ଆକ୍ସନପ୍ଲାନ ଜାରି କରିଛି। ଯୋଜନା ଅନୁଯାୟୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ) ଏଥିରେ ଟଙ୍କା ନିବେଶ କରିବା ସହିତ ୟେସ୍‌ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବ। ଏହି ଯୋଜନାକୁ ‘ୟେସ୍‌ ବ୍ୟାଙ୍କ ପୁନଃନିର୍ମାଣ ଯୋଜନା-୨୦୨୦’ ନାମ ଦିଆଯାଇଛି। ୪୯ ପ୍ରତିଶତ ଅଂଶଧନ କିଣିବା ଲାଗି ଏସବିଆଇକୁ ୨୪୫୦ କୋଟି ଟଙ୍କା ନିବେଶ କରିବାକୁ ପଡ଼ିବ। ଏହା ସହିତ ଆରବିଆଇ ୟେସ୍‌ ବ୍ୟାଙ୍କର ସ୍ଥିତି ସୁଧାରିବା କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଶେୟାର ହୋଲ୍ଡର ଏବଂ ନିବେଶକମାନଙ୍କଠାରୁ ପରାମର୍ଶ ଲୋଡ଼ିଛି।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମ ସରକାର ଜମାକାରୀଙ୍କୁ ଭରସା ଦେଉଛି ଯେ ସେମାନଙ୍କ ଟଙ୍କା ସୁରକ୍ଷିତ ରହିବ। ମୁଁ ଆରବିଆଇକୁ ଅନୁରୋଧ କରୁଛି ଯେ ସେ ଆଇନ ଅନୁସାରେ ଏହି ମାମଲାର ଗମ୍ଭୀରତା ଏବଂ ମହତ୍ତ୍ଵକୁ ବୁଝି ସମାଧାନର ବାଟ ବାହାର କରୁ, ଯାହାଦ୍ବାରା ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ।

- Advertisement -

ଏହା ସହିତ ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କର କର୍ମଚାରୀଙ୍କ ଚାକିରି ଏବଂ ଦରମା ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଛି। ବ୍ୟାଙ୍କରେ କି ତ୍ରୁଟି ରହିଛି ଆରବିଆଇ ତାହାର ଯାଞ୍ଚ କରିବ। କୌଣସି ଅଧିକାରୀଙ୍କ ବ୍ୟକ୍ତିଗତ ଭୂମିକା ରହିଛି କି ନାହିଁ ତାହାର ଖୋଳତାଡ଼ କରାଯିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories