www.samajalive.in
Saturday, December 6, 2025
16.1 C
Bhubaneswar

ଆରବିଆଇ ଜାରି କଲା ଯୋଜନା; ୟେସ୍‌ ବ୍ୟାଙ୍କର ୪୯% ଅଂଶଧନ କିଣିବ ଏସବିଆଇ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ଦେବାଳିଆ ସ୍ଥିତିରେ ରହିଥିବା ୟେସ୍‌ ବ୍ୟାଙ୍କ ସମସ୍ୟାରେ ସୁଧାର ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଶନିବାର ଏକ ଆକ୍ସନପ୍ଲାନ ଜାରି କରିଛି। ଯୋଜନା ଅନୁଯାୟୀ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ) ଏଥିରେ ଟଙ୍କା ନିବେଶ କରିବା ସହିତ ୟେସ୍‌ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ କିଣିବ। ଏହି ଯୋଜନାକୁ ‘ୟେସ୍‌ ବ୍ୟାଙ୍କ ପୁନଃନିର୍ମାଣ ଯୋଜନା-୨୦୨୦’ ନାମ ଦିଆଯାଇଛି। ୪୯ ପ୍ରତିଶତ ଅଂଶଧନ କିଣିବା ଲାଗି ଏସବିଆଇକୁ ୨୪୫୦ କୋଟି ଟଙ୍କା ନିବେଶ କରିବାକୁ ପଡ଼ିବ। ଏହା ସହିତ ଆରବିଆଇ ୟେସ୍‌ ବ୍ୟାଙ୍କର ସ୍ଥିତି ସୁଧାରିବା କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଶେୟାର ହୋଲ୍ଡର ଏବଂ ନିବେଶକମାନଙ୍କଠାରୁ ପରାମର୍ଶ ଲୋଡ଼ିଛି।

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଆମ ସରକାର ଜମାକାରୀଙ୍କୁ ଭରସା ଦେଉଛି ଯେ ସେମାନଙ୍କ ଟଙ୍କା ସୁରକ୍ଷିତ ରହିବ। ମୁଁ ଆରବିଆଇକୁ ଅନୁରୋଧ କରୁଛି ଯେ ସେ ଆଇନ ଅନୁସାରେ ଏହି ମାମଲାର ଗମ୍ଭୀରତା ଏବଂ ମହତ୍ତ୍ଵକୁ ବୁଝି ସମାଧାନର ବାଟ ବାହାର କରୁ, ଯାହାଦ୍ବାରା ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ।

- Advertisement -

ଏହା ସହିତ ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ୟେସ୍‌ ବ୍ୟାଙ୍କର କର୍ମଚାରୀଙ୍କ ଚାକିରି ଏବଂ ଦରମା ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିଛି। ବ୍ୟାଙ୍କରେ କି ତ୍ରୁଟି ରହିଛି ଆରବିଆଇ ତାହାର ଯାଞ୍ଚ କରିବ। କୌଣସି ଅଧିକାରୀଙ୍କ ବ୍ୟକ୍ତିଗତ ଭୂମିକା ରହିଛି କି ନାହିଁ ତାହାର ଖୋଳତାଡ଼ କରାଯିବ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories