www.samajalive.in
Saturday, December 6, 2025
14.1 C
Bhubaneswar

ଆରମ୍ଭ ହେଲା ‘ନୋ ବ୍ୟାଗ୍ ଡେ’

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ପ୍ରାଥମିକ ସ୍କୁଲରେ ଆରମ୍ଭ ହେଲା ନୋ ବ୍ୟାଗ୍ ଡେ। ଅର୍ଥାତ୍ ବିନା ବ୍ୟାଗରେ ଗୋଟିଏ ଦିନ ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ। ଶନିବାର ଦିନକୁ ନୋ ବ୍ୟାଗ ଡ଼େ ଭାବରେ ପାଳନ କରାଯିବ ବୋଲି ଘୋଷଣା ହୋଇଛି। ଫଳରେ ସପ୍ତାହର ଗୋଟିଏ ଦିନ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍ ବୋହିବାରୁ ମୁକ୍ତି ମିଳିବ। ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ଅଭିନବ ପ୍ରୟାସ କରାଯାଇଛି। ପୁରାତନ ଯୁଗରେ ଯେଉଁସବୁ ଜ୍ଞାନ ଗୁରୁକୂଳରେ ଶିକ୍ଷା ଦଆଯାଉଥିଲା ଏବେ ସେହିସବୁ ସ୍କୁଲରେ ମିଳିବ।

ଶନିବାର ପାଠପଢା ବ୍ୟତିତ ଯୋଗଶିକ୍ଷା, ସଫେଇ, ପ୍ଲାଷ୍ଟିକ ବ୍ୟବହାର ନିଷେଧ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏନେଇ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ସ୍କୁଲ ପରିଦର୍ଶନ କରି ଏହି କାର୍ଯ୍ୟକ୍ରମ କିପରି ହେଉଛି ତାହାର ତଦାରଖ କରିଛନ୍ତି। ଜିଲ୍ଲାରେ ପ୍ରାୟ ୬୦୦ ସ୍କୁଲରେ ଏହି କାର୍ଯ୍ୟକ୍ରମ କରାଯାଉଛି। ପ୍ରଥମେ ଏହି କାର୍ଯ୍ୟକ୍ରମ ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ  କରାଯାଉଛି। ଅଗାମୀ ଦିନରେ ସବୁ ଶ୍ରେଣୀରେ ଏହି କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି। ରାଜ୍ୟରେ ପ୍ରଥମ କରି ଗଞ୍ଜାମ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପୂର୍ବରୁ ମଧୁ ଆପ୍ ମଧ୍ୟ ଗଞ୍ଜାମ ଜିଲ୍ଲାରେ ପ୍ରଥମେ ଆରମ୍ଭ ହୋଇଥିଲା। ପ୍ରଶାସନର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories