www.samajalive.in
Monday, December 15, 2025
14.1 C
Bhubaneswar

ପିଏନ୍‍ବି ଦୁର୍ନୀତି : ତଦନ୍ତ ରିପୋର୍ଟ ନକଲ ଦେବାକୁ ମନାକଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ  : ବହୁକୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ଘଟଣାରେ ପ୍ରଭାବିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି) ସମ୍ପର୍କରେ କରାଯାଇଥିବା ତଦନ୍ତ ରିପୋର୍ଟର ନକଲ ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‍ବିଆଇ) ମନା କରିଦେଇଛି। ଏ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯିବା ଦ୍ୱାରା ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବାକୁ ଥିବାରୁ ଏଜେନ୍ସି ଏହି ରିପୋର୍ଟ ଦେବାକୁ ମନା କରିଦେଇଥିବା ସୂଚନା ଅଧିକାର (ଆର୍‍ଟିଆଇ)ରେ ମଗାଯାଇଥିବା ଏକ ତଥ୍ୟରୁ ଏହା ଜଣାଯାଇଛି। ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ଦୁର୍ନୀତିର ତଦନ୍ତରୁ ମିଳିଥିବା ରିପୋର୍ଟ ସମ୍ପର୍କରେ କିଛି ତଥ୍ୟ ନ ଥିବା ଆର୍‍ବିଆଇ କହିଛି। ଦେଶର ସବୁଠାରୁ ବଡ ଦୁର୍ନୀତି କୁହାଯାଉଥିବା ଏହି ବ୍ୟାଙ୍କ ଠକେଇ ଘଟଣା ସମ୍ପର୍କରେ ଚଳିତବର୍ଷ ପ୍ରାରମ୍ଭରେ ଜଣାପଡିଥିଲା।
ହୀରା ବ୍ୟବସାୟୀ ନିରବ ମୋଦି ଏବଂ ତାଙ୍କ ମାମୁ ଏହି ଠକେଇ ରଚିଥିଲେ। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ମାମଲାର ତଦନ୍ତ କରାଯାଇଥିଲା।
ତେବେ ଆର୍‍ଟିଆଇ ତଥ୍ୟରେ କେନ୍ଦ୍ରୀୟ ବ୍ୟାଙ୍କ ଦେଶରେ ବ୍ୟାଙ୍କଗୁଡିକର ଅଡିଟ୍‍ କରୁ ନ ଥିବା କଥା ସ୍ପଷ୍ଟ କରିଥିଲା। ଆର୍‍ବିଆଇ ବ୍ୟାଙ୍କଗୁଡିକର କାର୍ଯ୍ୟର ତଦାରଖ କରିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories