www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପ୍ରେମିକାର ବାପା

ରାୟଗଡା: ରାୟଗଡ଼ା ଜିଲା କାଶୀପୁରରେ ଚାଞ୍ଚଲ୍ୟ। ନୃଶଂସ ବାପାର ଟାଙ୍ଗିଆ ଚୋଟରେ ଝିଅ ଗୁରୁତର ଥିବା ବେଳେ ତାର ପ୍ରେମିକର ମୃତ୍ୟୁ ହୋଇଛି। ଏଭଳି ସ୍ପର୍ଶକାତର ଘଟଣା ଘଟିଛି କାଶୀପୁର ବ୍ଲକ ଆଡାଯୋର ପଞ୍ଚାୟତର ଅଡାଟାକିରି ଗାଁରେ। ସୂଚନା ମୁତାବକ ରାୟଗଡା ଜିଲା କାଶୀପୁର ବ୍ଲକ ଅଡାଟାକିରି ଗାଁର ମଙ୍ଗଳୁ ମାଝୀ ନାମକ ଜଣେ ଯୁବକ ସେହି ଗାଁର ବିଜୟ ମାଝୀଙ୍କ ଝିଅ ଲଳିତା ମାଝୀଙ୍କୁ ପ୍ରେମ କରୁଥିଲେ । ଏହି ପ୍ରେମୀ ଯୁଗଳ ଗତ ଏକ ମାସ ହେଲା ଘରୁ ଫେରାର ଥିଲେ। ତା ପରେ ଗତ ସପ୍ତାହରେ ଦୁହେଁ ଗାଁକୁ ଆସିଥିଲେ। ଝିଅ ଲଳିତା ନିଜ ବାପ ଘରେ ଥିଲା । ମଙ୍ଗଳବାର ସନ୍ଧ୍ୟାରେ ପ୍ରେମିକ ମଙ୍ଗଳୁଙ୍କୁ ଡାକି ତାକୁ ନେଇଯିବା ପାଇଁ କହିଥିଲା ଲଳିତା। ମଙ୍ଗଳୁ ଏକ ବାଇକରେ ଲଳିତାଙ୍କୁ ନେଇ ଯାଉଥିବା ସମୟରେ ଝିଅର ବାପା ବିଜୟ ମାଝୀ ଏକ ଟାଙ୍ଗିଆରେ ପ୍ରେମୀ ଯୁଗଳଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମଙ୍ଗଳୁଙ୍କ ମୃତ୍ୟୁ ଘଟିଥିବାବେଳେ ଝିଅ ଲଳିତା ଗୁରୁତର ହୋଇଛି। ଗୁରୁତର ଲଳିତାଙ୍କୁ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ  ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ହତ୍ୟାକାରୀ ବିଜୟ ଫେରାର ହୋଇଯାଇଛି । ଏ ସଂପର୍କରେ ଖବର ପାଇ କାଶୀପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories