www.samajalive.in
Monday, December 15, 2025
27.1 C
Bhubaneswar

ଦଶନ୍ଧି ତଳୁ ଘୋଷଣାରେ ସୀମିତ ଗଣ୍ଡା ଗଣ୍ଡା କାରଖାନା: ଜମି ଲିଜ୍ ନେଇ ବସିଛନ୍ତି କମ୍ପାନୀ

ରାୟଗଡ଼ା: ରାୟଗଡ଼ାକୁ ଶିଳ୍ପ ସମୃଦ୍ଧ ଜିଲା କରିବାକୁ ୧୦ ବର୍ଷ ତଳେ ତତ୍କାଳୀନ ସରକାର ଘୋଷଣା କରିଥିଲେ। ଶିଳ୍ପାୟନ ସୁଯୋଗ ସୃଷ୍ଟି ହେଲେ ନିବେଶ ବୃଦ୍ଧି ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିଯୁକ୍ତି ସୃଷ୍ଟି ନେଇ ଆଶା ବଢ଼ିଥିଲା। ତେବେ ଗଣ୍ଡା ଗଣ୍ଡା କାରଖାନା କେବଳ ଘୋଷଣା ମଧ୍ୟରେ ସୀମିତ ରହିଯାଇଛି। ବହୁ କଂପାନୀ ଏକର ଏକର ଜମି ଲିଜ୍‌ରେ ନେବା ପରେ ନିରବରେ ବସିଛନ୍ତି। ତେଣୁ ଲକ୍ଷ୍ୟ ସଫଳ ହୋଇପାରିନି। ଜିଲାରେ ବେକାର ଯୁବକ ଓ ଯୁବତୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିଜ ଅଞ୍ଚଳରେ କାମ ନପାଇ ବହୁ ଯୁବକ ଓ ଯୁବତୀ ଏବେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ପୂର୍ବରୁ ଜିଲାରେ ବହୁ ଅନ୍ତଃରାଷ୍ଟ୍ରୀୟ ଏବଂ ରାଷ୍ଟ୍ରାୟାତ୍ତ କମ୍ପାନୀ କଳକାରଖାନା ପ୍ରତିଷ୍ଠା କରିବାକୁ ଚୁକ୍ତିନାମା କରିଛନ୍ତି। କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ ଏବେ ଆଶାରେ ହିଁ ରହିଯାଇଛି। ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ ହେଉ କିମ୍ବା ସ୍ଥାନୀୟ ନେତାଙ୍କ ନିରବତା ହେଉ ଜିଲାରେ ଶିଳ୍ପ ପ୍ରତିଷ୍ଠା ଆଗେଇ ପାରୁନି।

ରାୟଗଡ଼ା​‌େ​‌ର ୬୦ ମେଗାୱାଟ ଶକ୍ତି ଉତ୍ପାଦନ ପାଇଁ ୨୯୪ କୋଟି ବ୍ୟୟ ଅଟକଳରେ ସୌର ବିଦ୍ୟୁତ୍ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରି ଚୁକ୍ତି କରିଥିଲା। କିନ୍ତୁ ତାହା ଏବେ ଶୀତଳଭଣ୍ଡାରକୁ ଚାଲି ଯାଇଛି। ସେହିପରି ଆଇଏମ୍‌ଏଫ୍‌ ଲିମିଟେଡ ପକ୍ଷରୁ ୨୩୯.୦୯ କୋଟି ଟଙ୍କା ବ୍ୟୟରେ ଶସ୍ୟଭିତ୍ତିକ ଇଥାନଲ୍‌ କାରଖାନା, ଡାନିଏଲ୍ ଇଣ୍ଡିଆ ଲିମିଟେଡ ପକ୍ଷରୁ ୧୯୦ କୋଟି ଟଙ୍କା ବ୍ୟୟରେ ଏକ ଉତ୍ପାଦନ ୟୁନିଟ, ୧୨୮ କୋଟି ଟଙ୍କା ବ୍ୟୟରେ ପାଲିମାର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୩୦୦୦ ୟୁନିଟ କ୍ଷମତା ବିଶିଷ୍ଟ ଇସ୍ପାତ ରୋଲର ପ୍ରକଳ୍ପ, ୧୩୦ କୋଟି ଟଙ୍କା ବ୍ୟୟରେ ଏଫ୍ ଏମ ଡେନିମ କମ୍ପାନୀ ପକ୍ଷରୁ ଟେକ୍ସଟାଇଲ କାରଖାନା, ୫୩ କୋଟି ଟଙ୍କା ବ୍ୟୟ ଅଟକଳରେ ସୁରତ ସ୍ଥିତ ତ୍ରିପାଠୀ ଟେକ୍ସଟାଇଲ ପକ୍ଷରୁ ବସ୍ତ୍ର କାରଖାନା ଆଦି ପ୍ରକଳ୍ପ କେବଳ ଘୋଷଣାରେ ରହିଯାଇଛି।

- Advertisement -

ଇଡକୋ ଦ୍ବାରା ଜମି ଅଧିଗ୍ରହଣ କରିଥିବା କମ୍ପାନୀଗୁଡିକ ପ୍ରକଳ୍ପ ନିର୍ମାଣ ଦିଗରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ପିତାମହଲ ଶିଳ୍ପାଞ୍ଚଳରେ ଭାରତ ମୋଟର କମ୍ପାନୀ ଏକର ଏକର ଜମି ଅଧିଗ୍ରହଣ କରିଥିଲେ ମଧ୍ୟ କାରଖାନା ନିର୍ମାଣରେ ବିଳମ୍ୱ କରିଛି। ରାଷ୍ଟ୍ରାୟାତ୍ତ ଉଦ୍ୟୋଗର ପିଭି ପାଇପ କାରଖାନା ଓ ସିଲିକେଟ ପ୍ରକଳ୍ପ ଭଳି ଅନେକ କଳ କାରଖାନା ପ୍ରତିଷ୍ଠା ପାଇଁ ସମ୍ପୃକ୍ତ କମ୍ପାନୀ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି କରିଥିଲେ ମଧ୍ୟ ସେସବୁ ଶିଳ୍ପ ପ୍ରତିଷ୍ଠା ଆଗକୁ ବଢ଼ି ପାରୁନାହିଁ। ଏହି ଶିଳ୍ପ ସଂସ୍ଥାଗୁଡ଼ିକ ଇଡକୋ ସହିତ ଜମି ଲିଜ ଅବଧିକୁ ବାରମ୍ବାର ବଢ଼ାଇ ଚାଲିଛନ୍ତି। ଜିଲାରେ ପ୍ରକଳ୍ପ ନିର୍ମାଣ ପାଇଁ ପରିବେଶ ମଞ୍ଜୁରୀ ଅର୍ଥାତ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଅନୁମୋଦନର ଆବଶ୍ୟକତା ରହିଛି। ପାହାଡ଼ ଓ ଜଙ୍ଗଲ ଆଚ୍ଛାଦିତ ରାୟଗଡ଼ା ଜିଲାରେ ଆଦିବାସୀଙ୍କ ବିରୋଧ ଯୋଗୁଁ ପ୍ରକଳ୍ପ ନିର୍ମାଣରେ ବାଧକ ସାଜିଥିବା କମ୍ପାନୀ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଜିଲାକୁ ଶିଳ୍ପ କରିଡରରେ ପରିଣତ କରିବା ଉଦ୍ୟମ ଆରମ୍ଭ ହୋଇଛି। ଜମି ଅଧିଗ୍ରହଣ କରିଥିବା କମ୍ପାନୀଗୁଡ଼ିକୁ ନିର୍ଦିଷ୍ଟ ମାନଦଣ୍ଡ ଭିତ୍ତିରେ ଶିଳ୍ପ ପ୍ରତିଷ୍ଠା ପାଇଁ ନୋଟିସ କରାଯିବ ବୋଲି ସୁନାବେଢା ଓ ରାୟଗଡ଼ା ଜିଲା ଦାୟିତ୍ବରେ ରହିଥିବା ଇଡକୋ ଅଧିକାରୀ ଓମ୍ ସୁବୁଦ୍ଧି କହିଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories