www.samajalive.in
Monday, December 15, 2025
26.1 C
Bhubaneswar

ରାୟଗଡ଼ା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଆଜି

ରାୟଗଡ଼ା: ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ପୌରପାଳିକା ଅଧ୍ୟକ୍ଷଙ୍କ ସମେତ ୧୯ଜଣ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଗୁରୁବାର ପୂର୍ବାହ୍ନ ୧୧ଟା ବେଳେ ପୌରପାଳିକା କାର୍ଯ୍ୟାଳୟଠାରେ ଭୋଟ ଗ୍ରହଣ ହେବ। ଏହା ପୂର୍ବରୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ସମସ୍ତ ୧୯ଜଣ କାଉନସିଲରଙ୍କୁ ହ୍ୱିପ୍ ଜାରି କରିଛନ୍ତି। ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ହେବାକୁ ଥିବା ଭୋଟରେ ସମସ୍ତେ ଉପସ୍ଥିତ ରହି ଅନାସ୍ଥା ବିରୋଧରେ ଭୋଟ ଦେବାକୁ ଉକ୍ତ ହ୍ୱିପରେ ନିର୍ଦେଶ ରହିଛି। କୌଣସି କାଉନସିଲର ଏହି ନିର୍ଦେଶ ବିରୋଧରେ ଗଲେ ଓଡ଼ିଶା ପୌର ସଂଶୋଧନ ନିୟମ-୨୦୧୮ ରୁଲ ୪୬(ଖ) ଅନୁଯାୟୀ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରି ଦିଆଯାଇଛି। ବିଜେଡି ସଭାପତି ଦେଇଥିବା ଏହି ଚିଠି ଆଜି ବିଜେଡି ଜିଲା ସଭାପତି ଜଗନ୍ନାଥ ସାରକା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ପ୍ରଦାନ କରିଛନ୍ତି।

ଗତ ସେପ୍ଟେମ୍ବର ୧୨ ତାରିଖରେ ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ୧୯ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହାକୁ ବିଚାରକୁ ନେଇ ଜିଲାପାଳ ଅନାସ୍ଥା ପ୍ରସ୍ତାବ​‌େ​‌ର କାଉନସିଲରମାନେ କରିଥିବା ଦସ୍ତଖତ ଯାଞ୍ଚ କରି ରିପୋର୍ଟ ଦେବାକୁ ଉପଜିଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ଉପଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ୨୨ ତାରିଖରେ ଜିଲାପାଳ ଭୋଟଗ୍ରହଣ ଦିନ ଧାର୍ଯ୍ୟ କରିଥିଲେ।
ସୂଚନା ଯୋଗ୍ୟ ଯେ, ରାୟଗଡ଼ା ଜିଲା ବିଜେଡି ସଭାପତିଙ୍କ ନାମ ଘୋଷଣା ହେବା ପରେ ଗତ ସେପ୍ଟେମ୍ବର ୯ ତାରିଖରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ବହୁ ସମିତିସଭ୍ୟ, ବରିଷ୍ଠ ନେତା ଓ ବିଜେଡି ସମର୍ଥିତ କାଉନସିଲର ଦଳ ଛାଡିଥିଲେ।

- Advertisement -

ଏହାପରେ ସେପ୍ଟେମ୍ବର ୧୨ ତାରିଖରେ ରାୟଗଡ଼ା ପୌରପରିଷଦର ୧୯ଜଣ କାଉନସିଲର ପୌର ଉପାଧ୍ୟକ୍ଷା ଶୁଭ୍ରାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହାପରେ ବିଜେଡି ଜିଲା ସଭାପତି ପୌରପାଳିକା ଅଧ୍ୟକ୍ଷ ପି.ମହେଶ ପଟ୍ଟନାୟକ ଓ ୧୯ କାଉନସିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସେପ୍ଟେମ୍ବର ୩୦ ସୁଦ୍ଧା ସେମାନଙ୍କୁ ଉତ୍ତର ରଖିବାକୁ ସମୟ ଦିଆଯାଇଥିଲା। ପୌର ଅଧ୍ୟକ୍ଷ ନୋଟିସର ଉତ୍ତର ଦେଇଥିବା ବେଳେ କୌଣସି କାଉନସିଲର ଉତ୍ତର ଦେଇନଥିଲେ। ତେଣୁ ସେମାନଙ୍କୁ ହ୍ବିପ୍‌ ଜାରି କରାଯାଇଛି। ଆସନ୍ତାକାଲିର ଅନାସ୍ଥା ଭୋଟର ଫଳାଫଳ ଆସିବା ପରେ ବିଜେଡି ସଭାପତିଙ୍କ ହ୍ବିପ୍‌ ମାନି କାଉନସିଲରମାନେ ଭୋଟ ଦେଇଛନ୍ତି ନାଁ ଦଳର ନିଷ୍ପତ୍ତି ବିରୋଧରେ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ହେବ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories