www.samajalive.in
Saturday, December 6, 2025
16.1 C
Bhubaneswar

ଟ୍ରାକ୍ଟର,ବାଇକ ଧକ୍କାରେ ଜଣେ ମୃତ ଦୁଇ ଗୁରୁତର

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଓଷାପଡା ଟାଉନସିଫ ଛକ ନିକଟରେ ଟ୍ରାକ୍ଟର,ବାଇକ ମୁହାଁମୁହିଁ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଟିକିରି ହରିଜନସାହିର ବିଭିଷଣ ନାଏକଙ୍କ ଝିଅ ନନ୍ଦିନି ନାଏକ(୧୨) ମୃତ୍ୟୁ ହୋଇଥିବା ବେଳେ ଧାର୍ମିକା ନାଏକ (୧୨) ଏବଂ ନସିବ ନାଏକ ଆହତ ହୋଇଛନ୍ତି। ମିଳିଥିବା ସୁଚନା ଅନୁଯାଇ ଶୁକ୍ରବାର ସନ୍ଧ୍ୟାରେ ନାସିବ ନାଏକ(ଓଡି ୧୦ଏଚ୍‍ ୩୯୩୯) ନମ୍ବର ବାଇକରେ ଦୁଇ ଝିଅଙ୍କୁ ବସାଇ ଟିକିରି ଠାରୁ ସେମିଳିଗୁଡା ଅଭିମୁଖେ ଯାଉଥିବା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର(ନମ୍ବର ଓଡି ୧୦ ୧୫୨୧) ସହ ମୁହାଁ ମୁହିଁ ଧକା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ନନ୍ଦିନି ନାଏକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ହୋଇଥିଲେ। ଆହତ ମାନଙ୍କୁ ଟୀକିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହ ଟିକିରିରେ ପ୍ରାଥମିକ ଚିକିତ୍ସା କରିବା ପରେ କୋରାପୁଟ ମେଡିକାଲକୁ ସ୍ତାନାନ୍ତର କରାଯାଇଥିଲା। ଏନେଇ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନିୟ ଅଞ୍ଚଳର ଲୋକମାନେ ଘଟଣା ସ୍ଥଳରେ ରାସ୍ତା ରୋକ କରିଥିଲେ। ଟିକିରି ପୁଲିସ ଘଟଣା ସ୍ତଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲା।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories