www.samajalive.in
Saturday, December 6, 2025
26.1 C
Bhubaneswar

ଶୁକ୍ରବାର ଛତିଶଗଡରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ ମୋଦୀ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଯେତେ ପାଖକୁ ଆସୁଛି, ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରଚାର ପ୍ରତିଯୋଗୀତା ବଢିବାରେ ଲାଗିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡରେ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି। ଛତିଶଗଡର ବସ୍ତର ଜିଲାରୁ ମୋଦୀ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଏହି ବିଧାନସଭା ନିର୍ବାଚନ ଛତିଶଗଡରେ ଦୁଇଟି ପର୍ଯ୍ୟାୟ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ଭୋଟଦାନ ନଭେମ୍ବର ୧୨ ତାରିଖରେ ହେବାକୁ ଥିବାବେଳେ ଅନ୍ୟ ଏକ ପର୍ଯ୍ୟାୟ ଭୋଟଦାନ ନଭେମ୍ବର ୨୦ ତାରିଖରେ ହେବ। ତେଣୁ ଏହି ନକ୍ସଲପ୍ରବଣ ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ଭଳି ବୃହତ ଜନବହୁଳ ରାଜ୍ୟ ବିଧାନସଭା ନିର୍ବାଚନକୁ ସେମିଫାଇନାଲ ମ୍ୟାଚ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି। ସେହିପରି ମିଜୋରାମରେ ନଭେମ୍ବର ୨୮ ଏବଂ ରାଜସ୍ଥାନ ଓ ତେଲେଙ୍ଗାନାରେ ଡିସେମ୍ବର ୭ ତାରିଖରେ ନିର୍ବାଚନ ହେବ। ସମସ୍ତ ୫ରାଜ୍ୟ ନିର୍ବାଚନ ଫଳାଫଳ ଡିସେମ୍ବର ୧୧ ତାରିଖରେ ପ୍ରକାଶ ପାଇବ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories