www.samajalive.in
Saturday, December 6, 2025
14.1 C
Bhubaneswar

ତ୍ୱଚା ପାଇଁ ବେଶ ଉପକାରୀ କଞ୍ଚା କ୍ଷୀର

କ୍ଷୀରକୁ ଏକ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଏ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ସହ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ଜନିତ ଅନେକ ସମସ୍ୟା ଦୂର କରି ଶରୀରକୁ ସୁସ୍ଥ ରଖିଥାଏ। ସେହିଭଳି ତ୍ୱଚା ପାଇଁ ମଧ୍ୟ କ୍ଷୀର ବେଶ ଲାଭଦାୟକ। ଜାଣନ୍ତୁ କିଭଳି ଏହାକୁ ବ୍ୟବହାର କରିବେ..
ରାତିରେ ଶୋଇବା ପୂର୍ବରୁ ତ୍ୱଚାରେ କଞ୍ଚା କ୍ଷୀରକୁ ହାଲକା ଭାବେ ମାଲିସ୍‌‌ କରି ଶୁଅନ୍ତୁ। ଏଥିରେ କ୍ୟାଲସିୟମ, ପୋଟାସିୟମ ଓ ପ୍ରୋଟିନ୍‌‌ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି।
ଏହାଦ୍ୱାରା ତ୍ୱଚାକୁ ଭରପୁର ପୋଷଣ ମିଳିଥାଏ।
ତ୍ୱଚାରେ କ୍ଷୀର ଲଗାଇବା ଦ୍ୱାରା ତ୍ୱଚା ଭଲ ଭାବେ ସଫା ହୋଇଥାଏ।
ନିୟମିତ କଞ୍ଚା କ୍ଷୀରରେ ତ୍ୱଚାକୁ ମାଲିସ କରିବା ଦ୍ୱାରା ତ୍ୱଚାରେ କୁଞ୍ଚନ ସୃଷ୍ଟି ହୋଇନଥାଏ।
କଞ୍ଚା କ୍ଷୀରକୁ ତ୍ୱଚାରେ ମାଲିସ କରିବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଥାଏ।
ଖରା କାରଣରୁ ମୁହଁ କଳା ପଡୁଥିଲେ,କଞ୍ଚା କ୍ଷୀର ଲଗାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଉଜ୍ଜ୍ୱଳ ଓ ତ୍ୱଚାର ଚମକ ବୃଦ୍ଧି ପାଇଁ ନିୟମିତ ତ୍ୱଚାରେ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ।
ଆଖିତଳର କଳା ଦାଗ ଦୂର ପାଇଁ କଞ୍ଚା କ୍ଷୀର ଖୁବ୍‌‌ ଉପକାରୀ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories