www.samajalive.in
Saturday, December 6, 2025
16.1 C
Bhubaneswar

ମୀନଗୁର ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

କଲମପୁର: ସୋମବାର କଲମପୁର ବ୍ଲକ ଅଧିନସ୍ଥ ମୀନଗୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ସକାଳ ୮ଟାରୁ ଦିନ ସାଢେ ୧୨ଟା ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ସମେତ ତହସିଲଦାର ରୁଦ୍ରମୋହନ ନାୟକ ଯୋଗ ଦେଇଥିଲେ। ସରପଞ୍ଚ ନିହାରୀକା ବେହେରା ଅଧ୍ୟକ୍ଷତା କରିଥିବାବେଳେ ସମନ୍ୱିତ ମହିଳା ଓ ଶିଶୁ ବିକାଶ ଅଧିକାରୀ ପ୍ରତିମାରାଣୀ ଦାସ, ମହିଳା କ୍ଷେତ୍ର ପରିଦର୍ଶିକା ବାସନ୍ତୀ ନାୟକ, କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଜନ ଅଭିଯୋଗ ଏବଂ ସମାଧାନ ଶିବିରରେ ଗ୍ରାମ୍ୟ ଆବାସ ଯୋଜନାରୁ ବଞ୍ଚିତ ହେଇଥିବା ହିତାଧିକାରୀ ସେମାନଙ୍କୁ ପୁନଃ ଏହି ଯୋଜନାରେ ସାମିଲ କରି ଘର ନିର୍ମାଣର ସହାୟତା ଯୋଗାଇ ଦେବା ପାଇଁ ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ସେହିଭଳି କିଛି ହିତାଧିକାରୀ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି। କିଛି ହିତାଧିକାରୀ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେଇଛନ୍ତି। ସେମାନେ ଏହି ଯୋଜନାରେ ସାମିଲ ହେବା ନେଇ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଧାନ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଧାନ ଉଠାଣରେ ବିଳମ୍ବ ହେଉଛି। ଯଦି ଧାନ ଉଠାଣରେ ବିଳମ୍ବ କରାଯାଏ ତେବେ ଧାନ ବର୍ଷାରେ ଭିଜି ନଷ୍ଟ ହେବା ସହ ଚାଷୀ ପ୍ରଭାବିତ ହେବେ। ତେଣୁ ଏହାର ସମାଧାନ ପାଇଁ ଚାଷୀ ମାନେ ଦାବି କରିଛନ୍ତି। ଏହି ଶିବିରରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ସା, ଗ୍ରାମ ରୋଜଗାର ସେବକ ଦୁର୍ଗା ପ୍ରସାଦ ପାତ୍ରଙ୍କ ସମେତ ପଞ୍ଚାୟତ ପ୍ରତିନିଧିୟ ସକ୍ରିୟ ସହଯୋଗ କରିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories