www.samajalive.in
Friday, December 5, 2025
20.1 C
Bhubaneswar

ଧାମରାରେ ୫ଟି ସଚିବ : ବାଂଶଡା-ଦିଗଛିଆ ରାସ୍ତାକୁ ନେଇ ଅସନ୍ତୋଷ ଜାହିର୍‌ କଲେ ଅଞ୍ଚଳବାସୀ 

ଧାମରା : ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ଚାନ୍ଦବାଲି ଗସ୍ତରେ ଆସି ପ୍ରଥମେ ଧାମରା ବନ୍ଦର (ଆଦାନୀ)ରେ ପହଞ୍ଚିବା ପରେ ଧାମରା ବନ୍ଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଉପ ସଭାପତି ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ହେଲିପ୍ୟାଡ ଠାରେ  ସ୍ୱାଗତ କରିଥିଲେ। ସକାଳ ୭.୨୦ ମିନଟ ସମୟରେ  ବାଂଶଡା ଠାରେ ଶେଷ ହୋଇଥିବା ମନ୍ତେଇ ସେତୁ ପରିଦର୍ଶନରେ ଆସିଥିଲେ। ସେଠାରେ ୭.୪୫ରେ ପହଞ୍ଚିବା ପରେ ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ ବିଜୁ ଜନତା ଦଳର ବହୁ କର୍ମୀ ସଚିବଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ବାଂଶଡା ସେତୁ ଦେଶ ସ୍ୱାଧୀନତାର ଦୀର୍ଘ ୭୬ ବର୍ଷ ପରେ ନିର୍ମାଣ ହୋଇଥିବାବେଳେ ଏହାର ଶ୍ରେୟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ସହ ନିଜର ଭାଷଣରେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଦେଶର ୧ ନଂ ମୁଖ୍ୟମନ୍ତ୍ରୀ କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ଖୁବ ଶୀଘ୍ର ବାଂଶଡା- ଦିଗଛିଆ ସେତୁ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି କହିବା ସହ ଉପସ୍ଥିତ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର କର୍ତ୍ତୃପକ୍ଷଙ୍କୁ ଏହି ରାସ୍ତାକୁ କିପରି ଉନ୍ନତ ମାନର କାର୍ଯ୍ୟ କରାଯାଇ ଶେଷ କରାଯିବ ସେ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ଏହି ରାସ୍ତା୧୦ କି.ମି ଦୈଘ୍ୟ ବିଶିଷ୍ଟ ହୋଇଥିବାବେଳେ ଏହାର କାର୍ଯ୍ୟ ଠିକ ଭାବେ ହେଉ ନଥିବା କଥା ସାଧାରଣ ଜନତା ୫ଟି ସଚିବଙ୍କ ପାଖରେ ଉପସ୍ଥାପନ କରିଥିଲେ। ଦିନକୁ ଦିନ ଏହି ରାସ୍ତା ଏକ ମରଣଯନ୍ତା ପାଲଟିବା ସହ ବହୁ ଦୁର୍ଘଟଣା ଘଟୁଛି ସେ ବିଷୟରେ ମଧ୍ୟ ଅଭିଯୋଗ କରିଥିଲେ। ଆଜିର ଏହି ଗସ୍ତ କାର୍ଯ୍ୟକ୍ରମ ସମୟରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ବହୁ ଅଧିକାରୀ ଯୋଗ ଦେଇଥିବାବେଳେ ଧାମରା ବନ୍ଦର (ଆଦାନୀ)ର ବହୁ କର୍ମକର୍ତ୍ତା ୫ଟି ସଚିବଙ୍କ କାର୍ଯ୍ୟକ୍ରମ ହେଉଥିବା ସ୍ଥଳରେ ଉପସ୍ଥିତ ଥିଲେ। ଆଜିର ଏହି ୫ଟି ସଚିବଙ୍କ ସରକାରୀ କାର୍ଯକ୍ରମ ସମୟରେ ଭଦ୍ରକ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର, ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁ, ବାଂଶଡା ଥାନାଧିକାରୀ ଶ୍ରୀ ବଲ୍ଲଭ ସାହୁ, ଚାନ୍ଦବାଲି ଏସଡିପିଓ ପ୍ରମୁଖ ସୁରକ୍ଷା ବଳୟ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ସକାଳ ୮ଟା ସମୟରେ ସଚିବ ନିଜର କାର ଯୋଗେ ବାଂଶଡା ଠାରୁ ଚାନ୍ଦବାଲି ଅଭିମୁଖେ ଯାତ୍ରା କରିଥିଲେ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories